Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action Inspirational

4  

Lopamudra Parida

Action Inspirational

ଆଶା

ଆଶା

1 min
382


ଆଗକୁ ବଢିବା ଧର୍ମ 

ତେବେ ଯଦି ଶିକୁଳି ମାନେ କୋହଳେଇ ବି 

ଧରିଥାନ୍ତି ତିଳଟେ ପାଦତଳକୁ 

ତେବେ ଧର୍ମ କେଉଁଟି

ପ୍ରିୟ ଶିକୁଳିମାଳ ର ଯତ୍ନ ନେବା

ନା ଛିଣ୍ଡେଇ ଫିଙ୍ଗି ଆଗେଇ ଯିବା

ଦିଟି ଯାକ ତ କଠିନ 

ସମ୍ଭବ  ଅସମ୍ଭବ ର ଦୋଛକି।


ଆଗେଇ ଯିବା ଧର୍ମ 

ତେବେ ସାଥିରେ ସଭିଁଙ୍କୁ ନେଇ,

ନା ଏକା

ଆଣ୍ଠେଇ ପଡି ପିଠି ଦେଖେଇ ଥିବା

ମୁରବୀର ପିଠିରେ ତ ପରିବାର ଯାକର ପାଦ

ସିଏ ଆଗେଇବ 

ଠିଆ ହେଲେ ତ!

ଆଉ ଜଣଙ୍କ କାନ୍ଧରେ ଠେକି ଟି ଉଠେଇ ଥୋଇସାରିଲେ ତ,

ପଛରେ ଆଶାୟୀ ଧାଡି ତ ଅନେକ ଲମ୍ବା ।

କାହାକୁ" ନାହିଁ "କହିବ

ସଭିଏଁ ତ ନିଜର ।


ଏକ ମୁହାଁ ଆଗେଇଯିବା କର୍ତ୍ତବ୍ୟ 

ସେପାଖେ ସହସ୍ର ଯୁଗରୁ

ଅପେକ୍ଷା ରେ ବ୍ରହ୍ମ 

ତେବେ ମଶାଣି ତୋରଣ ଠୁ ତ

ବୈରାଗ୍ଯ ଫେରିଯାଏ ଚିତା ପଟୁଆ ଫେରି

ଆସକ୍ତିର ପଙ୍କ କଣ କମ ବହଳ?

ଯେ ଆଗେଇ ହେବ 

ଶିକୁଳି ସବୁକୁ ଛାଟି ଦେଇ

ସମୁଦ୍ର କୋଳକୁ

ହଁ ନ ହେବ ବି କାହିଁକି

ଇଚ୍ଛା ଟି ଥରଟେ ଟାଣ ତ ଧରୁ

ଅପେକ୍ଷା ସେଇ ସକାଳକୁ ।


Rate this content
Log in

Similar oriya poem from Action