STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଆଶା

ଆଶା

1 min
317

ଅଦିନିଆ ଝଡ଼

ଆଉ ବତାସରେ

ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡ଼ିଥିବା ଜୀବନ

ମନକୁ ଶୁଖେଇ

ଓଦା ଆଖି ଆଉ ଥରିଲା ଓଠକୁ ନେଇ

ଚୂନା ଚୁନା ହୋଇ ଥିବା

ସବୁ ସୁନା ସପନକୁ

ଛାତି ଭିତରର କେଉଁ ଗୋଟେ କୋଣରେ ଜାକିଦେଇ

ହରାଇ ସ୍ନେହ ଆଉ ମମତା

ଭୁଲି ଯାଇ ଅତୀତ

ମରିମରି ପାସୋରିବାକୁ ଚେଷ୍ଟାକରି

ଏକାକୀ ଉଠିପଡ଼ି ସଂଘର୍ଷକରି

ରାଗ, ରୋଷ

ସବୁ ଭାବନାକୁ ଜଳାଞ୍ଜଳି ଦେଇ

ଛାତି ଓ ମନକୁ ପଥରକରି

କୋହକୁ ଜାଣିଶୁଣି ଦଳିଦେଇ

ମିଛିମିଛିକା ଜିଇଁବାର ଅଭିନୟ


ସବୁ ଖାଲି ସମ୍ଭବ

ଖାଲି ସୁତାଖିଅର ସେଇ ନିରୀହ ଭାବନା

ଆଉ କିଛିନୁହେଁ

ଆଶା

ହଁ

ଆଶା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract