STORYMIRROR

Priyabrata Mohanty

Inspirational

3  

Priyabrata Mohanty

Inspirational

ଆଶା

ଆଶା

1 min
224

ବେଶୀ କିଛି ସେ  ପଢ଼ିନି ପାଠ

ସାଧାରଣ ତା ଭାଷା,

ଅପାଠୁଁଆଙ୍କ      ଭାଗ୍ୟ ବିଧାତା

ଦେଖାଏ ତାଙ୍କୁ ଦିଶା ।୧।


ସାଇକଲରେ  ଯାଏ ସେ ମାଡ଼ି

ପିନ୍ଧି ନେଳିଆ ଶାଢୀ,

ଜନ ଜାଗରଣ      କରୁଥାଏ ସେ

ହାତ ଦୁଇ କୁ ଯୋଡ଼ି ।୨।


ଅଘଟଣଟି ଘଟିବା ଆଗୁ

କରିଦିଏ ସେ କାବୁ,

ଗର୍ଭବତୀ ବା      ମହିଳା ଶିଶୁ

ନଜର ରଖେ ସବୁ ।୩।


ଘର ଘରକା ବୁଲୁଥାଏ ସେ

ଖରା ହେଉକି ବର୍ଷା,

ବିପଦ କାଳେ      ପହଞ୍ଚି ଯାଏ

ନାମଟି ତାର ଆଶା ।୪।


ଟଙ୍କା ପାଇଁ ସେ      କରେନା କାମ

ଜନ ସେବା ତା ନିଶା,

ଆଗ ଧାଡ଼ିର      କରୋନା ଯୁଦ୍ଧା,

ପୁର ପଲ୍ଲୀର ଆଶା ।୫।


ନିଡର ହୋଇ      ନିଷ୍ଠାର ସାଥେ

କରି ଚାଲିଛି କର୍ମ,

ଅଭାବ ଘେରେ      ବଞ୍ଚିବି ମଧ୍ୟ

ନେଇନି ସେ ବିଶ୍ରାମ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational