STORYMIRROR

Samar Ballav Bhoi

Tragedy Inspirational Others

4  

Samar Ballav Bhoi

Tragedy Inspirational Others

ଆଶା

ଆଶା

1 min
206


ପରିବାର ଏକ ସମ୍ପର୍କର ସହର

ପିତାମାତା ସନ୍ତାନ ସନ୍ତତି ଅବା 

ବନ୍ଧୁ ବାନ୍ଧବୀ ଆଉ ସହୋଦର

ସଭିଏଁ ବନ୍ଧନ ସ୍ନେହ ମମତାର

ଭଲ ମଣିଷଟିଏ ହେଉ ସନ୍ତାନଟି

ଦେଶ ମାତୃକାର ମସ୍ତକରେ 

ବିଜୟର ଟୀକା ଭରିଦେଉ

ଆଶା ଥାଏ ସବୁ ପିତାମାତାଙ୍କର

ଭିନ୍ନ ଭିନ୍ନ ଆଶାରେ ପାରି ହୁଅନ୍ତି

ଏ ଜୀବନ ସଂସାର ପାରାବାର।। 


ଭ୍ରମରଟି ଘୁରିବୁଲେ ବଗିଚାରେ 

ଆଶା ରଖି ଫୁଲରୁ ମଧୁ ସଂଗ୍ରହର

ପଞ୍ଚମ ସ୍ବରରେ ଗୀତଟିଏ ଗାଇବାକୁ

କୋଇଲିଟି ଆଶା ରଖି ଆମ୍ବଡାଳେ

ଅପେକ୍ଷାରେ ଥାଏ ବସନ୍ତ ଋତୁର

ଆଶା ବାନ୍ଧି ଘୁରି ବୁଲୁଥାଏ ଲୁଚି ଲୁଚି

ଋତୁ ପରେ ଋତୁ ବସନ୍ତର ମୃଦୁ ମଳୟକୁ।।


ଚାଲିଥାଏ ପଥିକଟି ଆଶା ଆକାଂକ୍ଷାରେ 

ନିଜ ଲକ୍ଷ୍ୟର ଅଙ୍କାବଙ୍କା ରାସ୍ତାରେ 

କେବେ ମିଳିଯିବ ଯଦି କିଛି ବାସ୍ତବ ଭାବନାଟିଏ

ଭୋକିଲା ପେଟର ଦରଦକୁ ମୁଣ୍ଡରେ ବୋହି

ଭୋକିଲା ମଣିଷଟି ଆଶା ବାନ୍ଧି ଝୁଣ୍ଟିପଡୁ ଥାଏ 

ରାସ୍ତାରେ କାଳେ କିଛି ଦାନା ମିଳିଯିବ କି....?? 


ଆଶା ତ ଅଶୁମାରୀ ମରୁ ମରିଚିକା ପରି

ମଣିଷ ଟି ଧାଇଁ ଧାଇଁ ନିରବି ଯାଏ କିଛି କ୍ଷଣ

ଆଶା ନେଇ ବଂଚିଥାଏ ସଭିଏଁ ମଣିଷ

ଛାତ୍ରଛାତ୍ରୀ ହୁଅନ୍ତୁ କି ଦେଶର ଜନତା

ନେତା ହୁଅନ୍ତୁ ଅବା ପ୍ରେମିକ ପ୍ରେମିକା

ବ୍ୟବସାୟୀ ହୁଅନ୍ତୁ ଅବା ନାୟକ ନାୟିକା

ସତ୍ୟତାର ପଥିକ ହେଲେ ପୁର୍ଣ୍ଣ ହୁଏ ଆଶା

ଧୈର୍ଯ୍ୟ ଓ ବିଶ୍ବାସରେ ମିଳେ ସେ ଭରସା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy