STORYMIRROR

Krushnapriya Mohapatra

Abstract

3  

Krushnapriya Mohapatra

Abstract

ଆଶା କର ହେ ପରିପୂର୍ଣ୍ଣ

ଆଶା କର ହେ ପରିପୂର୍ଣ୍ଣ

1 min
273

ପରୀକ୍ଷା ହେଉ ଅନ୍ତ ହେ ପ୍ରଭୁ ଜଗନ୍ନାଥ,

ଦୀନବାନ୍ଧବ ,ଦଇତାରୀ

ତୁମ୍ଭେ ଯଦି ନରଖ ହେବୁ ଆମେ ଅରକ୍ଷ 

ହେ ପ୍ରଭୁ ଶଙ୍ଖ ଚକ୍ରଧାରୀ।


ଭକତ ପ୍ରାଣବନ୍ଧୁ ନାମ ଯେ କୃପାସିନ୍ଧୁ

ଅଗମ୍ୟ ତୁମ୍ଭ ଲୀଳା ମାନ 

କର ଏ କେଉଁ ଲୀଳା ଭକ୍ତ ପାଆନ୍ତି ପୀଡା

ନ ପାଇ ତୁମ ଦରଶନ ।


ଶ୍ରୀକ୍ଷେତ୍ର ବାସୀ ହୋଇ ଭକତ ସଙ୍ଗେ ରହି

ବୋଲାଅ ଭକ୍ତର ବାନ୍ଧବ।

ହର ଏ ଦୁଃଖ ସାଇଁ ତୁମ୍ଭ ଛଡ଼ା କେ ନାହିଁ

ଫେଡ଼ିବ ଏ ଘୋର ପ୍ରମାଦ।


ମୃଗୁଣୀ ସ୍ତୁତି କଲା, ରଖ ହେ ନନ୍ଦବଳା

ରଖିଲ ପ୍ରଭଞ୍ଜନ ଛଳେ।

ଚକ୍ର ପେଶିଣ ଖରେ ନକ୍ର ନାଶିଲ ବଳେ

ଗ୍ରାହ୍ୟ ଡାକିଲା ଯେବେ ଜଳେ।


ବିଶ୍ୱାସେ ସମର୍ପିଲେ ଦୁଇ ହାତଟେକିଲେ

ପାଞ୍ଚାଳି କୁରୁସଭା ସ୍ଥଳେ।

କୋଟିଏ ବସ୍ତ୍ର ଦେଲ ଲଜ୍ଜା ତ ନିବାରିଲ

ଯଶ ରହିଛି ଭୂମଣ୍ଡଳେ।


ଅତି ହେଲାଣି କ୍ଳେଶ ହେ ପ୍ରଭୁ ହୃଶିକେଶ

ଭୟେ କମ୍ପଇ ବସୁନ୍ଧରା।

ଧରାରେ ଅବତର ଦୂରେ ଯାଉ ତିମିର

ପ୍ରଶାନ୍ତି ଲଭୁ ସସାଗରା।


ଦୁଃସାଧ୍ୟ ରୋଗ ଆସି ସଂସାର ଯାଏ ଗ୍ରାସି

ସଭିଏଁ ଆଜି ନିରୁପାୟ ।

କେବଳ ତୁମେ ସାହା ହେ ପ୍ରଭୁ ଚଉଵାହା

ହୁଅନ୍ତୁ ସର୍ବେ ନିରାମୟ।


ଶ୍ରୀକ୍ଷେତ୍ର ଜନଶୂନ୍ୟ ଆହେ ଚକାନୟନ

ଭକ୍ତଙ୍କୁ କାହିଁ କଲ ଦୂର।

ଶ୍ରୀମୁଖ ଦରଶନ କରିବାକୁ ଯେ ମନ

ଖୋଲି ଦିଅ ହେ ତୁମ୍ଭ ଦ୍ୱାର


ଯେତେ ଦୁରୁ ଡାକିଲେ ଭକତ ଆତୁରରେ

ଶୁଣି ଥାଅ ଯେ ଡେରି କର୍ଣ୍ଣ।

ଅଧମ ଭକ୍ତ ତୁମ ଦର୍ଶନ ବିନା ଶୀର୍ଣ୍ଣ

ଆଶା କର ହେ ପରିପୂର୍ଣ୍ଣ।।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract