STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଆସ ଯିବା ଶିବ ମନ୍ଦିର

ଆସ ଯିବା ଶିବ ମନ୍ଦିର

1 min
399


ଧରମ ମାସ ଏ ପୁଣ୍ୟ କାର୍ତ୍ତିକର

  ଆଜି ପୁଣ୍ୟ ସୋମବାର

ଆସ ଆସ ଆସ ଯିବା ଶିବ ମନ୍ଦିର

 ପୂଜିବା ଶିବ ଶଙ୍କର

 ପୁଜିବା ଶିବ ଶଙ୍କର।


ଶୁଦ୍ଧ ଗୋ ରସ ରେ ପ୍ରଭୁଙ୍କୁ ଗାଧୋଇ

ଗୟସ ଅରଖ ଫୁଲରେ ସଜେଇ

ଘିଅ ଦୀପ ଜାଳି ଦେବା

ବିଲ୍ଵ ଦଳ ପ୍ରଭୁ ମଥା ପରେ ଦେଇ

ଶିବ ଚାଳିଶା ଗାଇବା

ଶତ ଜନମ ର କଳୁଷ ନାଶିବା

ଦୟା କରିବେ ପାର୍ବତୀ ବର

ପୂଜୀବା ଶିବ ଶଙ୍କର ।


ଏମିତି ଦେବତା ତ୍ରିଭୁବନ କାହିଁ

ଭକତ ଙ୍କ ହିତେ ସଦା ଥାନ୍ତି ରହି

ଜାଚି ଦେଇଥାନ୍ତି ବର

ଜନମ ଜନମ ପାପ ଧୋଇ ଯିବ

କରୁଣା କଲେ ଶଙ୍କର

ସହସ୍ର ନାମ କୁ ଗାଇ ପ୍ରଭୁଙ୍କର

ଆନନ୍ଦେ ହେବା ବିଭୋର

 ପୂଜିବା ଶିବ ଶଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational