STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଆସ ଯିବା ବିଦ୍ୟାଳୟ

ଆସ ଯିବା ବିଦ୍ୟାଳୟ

1 min
389

ଆସ ଆସ ମିତ ଆସଗୋ ସଙ୍ଗାତ

ଯିବା ଆମେ ବିଦ୍ୟାଳୟ

ଅଟେ ଦଣ୍ଡମୁକ୍ତ ଶିକ୍ଷାର ମନ୍ଦିର

ନକରିବା ଆଉ ଭୟ।


ଗୁରୁଜୀ ଗୁରୁମା ପିତାମାତା ସମ

ଶିଖାଇବେ ନୂଆ କଥା

ଭବିଷ୍ୟତ ଆମ କରିବେ ଉଜ୍ଜ୍ବଳ

ଯାହାପାଇଁ ଯୋଗ୍ୟ ଯଥା

ସେନେହ ଆଦର ମିଳିବ ଅପାର

ଶିକ୍ଷାରେ ରଖିବା ଲୟ।


ମିଳିମିଶି ସର୍ବେ କରିବା ଭୋଜନ

ଭୁଲି ମାନ ଅଭିମାନ

ଛୋଟ କଳି ଆମେ ଆମରି ମହକେ

ମହକିବ ତପୋବନ

ଗୁରୁଙ୍କର ବାଣୀ ବେଦ ସମ ମଣି

ଶିକ୍ଷାର କରିବା ଜୟ।


ନିଜ ହସ୍ତେ ନିଜ ବିଦ୍ୟାଳୟ ଗଢି

କରିବା ସୁନ୍ଦର ସ୍ବଚ୍ଛ

ପରିବେଶ ତା'ର ହେବ ନିରିମଳ

ଲଗାଇବା ଚାରା ଗଛ

ଗତ,ଜଳ ଦେଇ କରିଲେ ଯତନ

ପିଣ୍ଡ ହୋଇବ ତା ଥୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract