STORYMIRROR

Kali Kumar

Abstract

4  

Kali Kumar

Abstract

ଆସ ସମ୍ପର୍କ ଗଢ଼ିବା

ଆସ ସମ୍ପର୍କ ଗଢ଼ିବା

1 min
153

ଆସ ଆମେ ସମ୍ପର୍କଟେ ଗଢ଼ିବା

ସତ ନ ହେଲେବି ମିଛିମିଛିକା ।।


ତାଳବଣେ ଆଉ ଶାଗୁଣା ବସୁନି

ସେଇଠି ବାଇ ଚଢେଇର ବସାଟେ ବାନ୍ଧିବା

ଗାଁ ଆମ୍ବତୋଟା ଗହଳେ, କୋଇଲି

ଆଗ ପରି ଆଉ ଗୀତ ଗାଉନି, ଚାଲ

ପ୍ରେମର କିଛି ରାଗିଣୀ ଗାଇବା

ଆସ ଆମେ ସମ୍ପର୍କଟେ ଗଢ଼ିବା ।।


କିଛି ନହେଲେ, ଆସ ଘରଟିଏ ତୋଳିବା

ମାଟି ଓ ଆକାଶ ନ ଥିଲେ ବି,ପାଦକୁ ମାଟି,

ମୁଣ୍ଡକୁ ଆକାଶ ଆଉ ଦେହକୁ ଦୁନିଆ କରିବା

ଆସ ଆମେ ସମ୍ପର୍କଟେ ଗଢ଼ିବା ।।


ଆଜି ବି ବୋଉ ସାଇତି ରଖିଛି

ଠାକୁରାଣୀଙ୍କ ପାଲଟା ଶାଢ଼ୀ,

ବାପାଙ୍କ ଧୋତି ଆଉ ମୁଣ୍ଡ ପଗଡ଼ି,

ସେସବୁକୁ ମୁଁ ନେଇ ଆସିବି,

ତୁମେ ତାକୁ ସଯତ୍ନେ ତୁମ ଆଧୁନିକ ଦେହେ

ଆସ୍ତରଣଟେ ଲଗେଇ ଦେବ, ଠିକ୍

ସୁନାରୀଟି ଯେତିମି ପାଣିକାଚ ଦେହେ

ଚିକିମିକି ସୁନାର ଆସ୍ତରଣଟିଏ ଚଢ଼ାଲା ପରି


ତା' ପରେ , ତୁମେ

ନୂଆ ବୋହୂଟେ ପରି ଦିଶିବ, ଆଉ ମୁଁ

ଧୋତି ପଗଡ଼ି ପନ୍ଧି, ବାପା ସାଜିବି

ଦୁହେଁ ମିଶି କିଛି ସ୍ବପ୍ନ ଦେଖିବା

ଆସ ସମ୍ପର୍କଟେ ଗଢ଼ିବା ।।


ହେଇ ଦେଖ,

କେମିତି ନଡ଼ିଆ ସଢେଇରେ

ଉଇ ଲାଗିଛି, କେମିତି ପୁରୁଣା ଖେଳଣା ସବୁରେ

ବୁଢିଆଣି ତା' କାରୁକାର୍ଯ୍ୟର ପ୍ରଦର୍ଶନୀ ମେଳା ଲଗେଇଛି,

ଆସ ଆମେ ବି ସମ୍ପର୍କରେ ଏକ ବୁଫେ ଲଗାଇବା

ଯାହା ତୁମକୁ ପସନ୍ଦ ହେବ, ଆମ ପାଇଁ ନେବା

ଆସ ସମ୍ପର୍କଟେ ଗଢ଼ିବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract