STORYMIRROR

Prabhati Mahapatra

Inspirational

3  

Prabhati Mahapatra

Inspirational

ଆସ ମାଆ ଅମ୍ବା

ଆସ ମାଆ ଅମ୍ବା

1 min
213


ଆସ ଆସ ଆସ ମାଆଗୋ

ଗଉରୀ ସତୀ ଲୋ

ଆସ ଆସ ....

ଦେଖ ଦେଖ ଧରାଧାମେ

ଭକତ ପ୍ରୀତି ଲୋ 

ଆସ ଆସ .....

ଋତୁ ବୋଳା ଶରତ

ଆଶ୍ଵିନର ମହତ୍

ଦେବୀ ଆଗମନ ଶୁଣି

ପାଇଛୁ ଶାନ୍ତି ଲୋ 

ଆସ ଆସ ......

ଆନନ୍ଦିତେ ପ୍ରକୃତି

ଶୋଭା କାନ୍ତି ବାଢିଛି

ଭକ୍ତମାନେ ପୁଲ୍ଲକିତ

ନାହିଁ ତ ଭୀତି ଲୋ

ଆସ ଆସ .....

ନୀଳ ନୀଳମ୍ବୁ କୋଳେ

ଖଣ୍ଡ ଘନ ବିମଳେ

ସରଗକୁ ପ୍ରତିଛବି 

ଲାଗିଛି ଯତି ଲୋ

ଆସ ଆସ ......

ସର୍ବ ଭକତ ଜନେ

ଅତି ଆନନ୍ଦ ମନେ

କାତରେ ଆତୁର ହୋଇ

କରନ୍ତି ସ୍ତୁତି ଲୋ 

ଆସ ଆସ .......

ସର କୋଳେ କମଳ

ଉନ୍ମାଦେ ଲଂଘେ କୂଳ

କଣ୍ଠରେ ଧାରଣ କର

ହୋଇବ ମୁକ୍ତି ଲୋ 

ଆସ ଆସ .......

ବିଷ୍ଣୁପଦୀ ଅଭୟ

ପୂଣ୍ୟତୋୟା ପରାୟ

କ୍ରତୁ ପୂଜା ବିଧି ସଂଗେ

ପ୍ରଥମ ରୀତି ଲୋ

ଆସ ଆସ ......

ଷୋଳ ପୂଜା ମଣ୍ଡପ

ଜଳେ ଶାନ୍ତି ପ୍ରଦୀପ

ଦଶଭୁଜା ମାତାର କି

ଅଦ୍ଭୁତ ଶକ୍ତି ଲୋ

ଆସ ଆସ .......

ଚନ୍ଦ୍ର ପରି ଆନନ

ଚପଳାରେ ଦମନ

ଜଗତ କଲ୍ୟାଣ ପାଇଁ

ବଢାଏ ଶାନ୍ତି ଲୋ

ଆସ ଆସ .......

ଉଷା କରେ ମିନତି

ଆସ ଅମ୍ବା ପାର୍ବତୀ

ତୋ ନାମ ରଟନ୍ତି ସର୍ବେ

ଦିବସ ରାତି ଲୋ

ଆସ ଆସ .......

ଦୟା କର ଶାରଦା

ନେତ୍ର ମୋର ସିକ୍ତ ଓଦା

ପ୍ରଭାତୀର ଦୁଃଖ ନାଶ

କରେ ପ୍ରଣତି ଲୋ ।

ଆସ ଆସ ଆସ ମାଗୋ

ଗଉରୀ ସତୀ ଲୋ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational