STORYMIRROR

Dr Simant Kumar Nanda

Classics

3  

Dr Simant Kumar Nanda

Classics

ଆସ ଖେଳିବା ହୋଲି

ଆସ ଖେଳିବା ହୋଲି

1 min
166


ହେ, ଫଗୁଣ ତୁମେ କେଉଁଠି ଥିଲ,

ଗଲା ବର୍ଷ କିଆଁ ଆସି ନ ଥିଲ।

ମହାମାରୀ ଭୟ ଗ୍ରାସୀ କି ଥିଲା,

କୋଇଲି କି ଅବା ଅମଙ୍ଗ ହେଲା।


ଏ ବରଷ ତୁମେ ଆସି ଗଲଣି,

 ଋତୁରାଜ ଏବେ ଭାର ନେଲେଣି,

କୁହୁ ନାଦ କରେ କୋକିଳ ପକ୍ଷୀ,

ସଖା ଖୋଜୁଛନ୍ତି ଆପଣା ସଖୀ।


 ଯୋଗେଶ୍ଵର ପ୍ରଭୁ ଲୀଳା ଚରିତ୍ର

ଗୋପୀଙ୍କ ମେଳରେ କରି ସଙ୍ଗତ,

ଦଉଥିଲେ କିସ, ପାଉଥିଲେ କିସ,

ବିତି ତ ଗଲାଣି କେତେ ସମ୍ବତ।


ପ୍ରେମର ମଦିରା ଫଗୁଣ ରସ,

କାମର ରାଜତ୍ଵ କରେ ପ୍ରକାଶ,

ବୃନ୍ଦାବନ ନାମେ ଗୋପୀ ଅଗଣା,

ସାତ୍ୱିକ ପ୍ରେମ, ସେଠି ମାଗଣା।


ରସ ରେ ରସ, ସେ ମହାରାସ

ରସିକ ନାଗର କୃଷ୍ଣ ପ୍ରବେଶ

କାମନା, ବାସନା ନିଏ ଛଡେଇ,

 ଅହଂକାରୀ କୁ ଦିଏ ଗଡ଼େଇ ।


ପ୍ରୀତି ର ବନ୍ଧନ ରଙ୍ଗର ଛଟା

ଫଗୁ ଦୋଳତ୍ସବ ଭାଙ୍ଗର ବଟା।

ରଙ୍ଗ ଖେଳ ଏକ ପ୍ରତୀକ ମାତ୍ର

 ଭାଇଚାରା ଅଟେ ତା ମୂଳମନ୍ତ୍ର ।


ମଣିଷ ଜୀବନେ ରଙ୍ଗର ଖେଳ

ସୂଚେଇ ଦିଅଇ,ଦୋଳ ର ମେଳ।

 ସବୁଜ ରଙ୍ଗ ଟି ଆଣଇ ଶାନ୍ତି,

 ହଳଦୀଆ ଅଟେ ବୌଦ୍ଧିକ ମତି ।

,

 ସ୍ୱଛ ଓ ଆନନ୍ଦ ନାଲି ରଙ୍ଗରେ,

 ନାରଙ୍ଗୀ ଦିଅଇ ନୂତନ ଗତି।

ବୀରତ୍ଵ ର ଗାଥା ନୀଳ ରଙ୍ଗ ଟି,

ସବୁ ରଙ୍ଗ ମିଶି ଶ୍ୱେତ ପ୍ରତୀତି।


ଶାନ୍ତି ସୌହାର୍ଦ୍ଦ୍ୟେ ଚାଲିବା ଭାଇ,

ଶତ୍ରୁମିତ୍ର ଭାବ ରଖିବା ନାହିଁ।

ବନ୍ଧୁତ୍ୱ ବନ୍ଧନ ପ୍ରେମର ଡୋର,

ହିନ୍ଦୁ ନ ଦେଖଇ ଆପଣା ପର।


ଭାଇ ଭାଇ ଦ୍ଵନ୍ଦ ଶୁଭ ନୁହଁଇ,

ଦେଶେ ଦେଶେ ଯୁଦ୍ଧ ପାପ ଅଟଇ

ନରସଂହାର ଓ ପ୍ରକୃତି ଧ୍ଵଂସ,

ନଷ୍ଟ ହୋଇଯିବ ମଣିଷ ବଂଶ।

ପବନ, ପାଣି ବିଷାକ୍ତ ଦୋଷ

ବନ୍ଦ ହୋଇଯିବ ଶ୍ୱାସ ପ୍ରଶ୍ୱାସ।


ଭାରତ ବର୍ଷ ରୁ ରଙ୍ଗର ହୋରି,

ଉଡି ଉଡି ଯାଉ ମସ୍କୋ ନଗରେ,

ଫଗୁର ଫୁଆରା ବିଞ୍ଚି ହୋଇଯାଉ

 କ୍ୱିଭ ସହର ଗୋଡ଼ି ମାଟିରେ।


ଗୋଳା ବାରୁଦରେ ପ୍ରଳୟ ନ ଘଟୁ,

ଯୁଦ୍ଧର ବିରାମ ହେଉ,

ଶାନ୍ତି ବୈଠକେ ସମାଧାନ ସୂତ୍ର,

ସଭିଙ୍କୁ ସାନ୍ତ୍ଵନା ଦେଉ।


 ୟୁକ୍ରେନ ଦେଶର ଭଉଣୀ ଭାଇ,

ଆସହେ ଖେଳିବା ହୋଲି,

 ଋଷିଆ ଭାଇକି ସଙ୍ଗରେ ଧରି,

ରଙ୍ଗ ହେବା ବୋଳା ବୋଳି।


 ଭାରତୀୟତା ବନ୍ଧନେ ବନ୍ଧା,

ବସୁଧା ଆମର ମାଆ ।

ସାରା ବିଶ୍ୱ ର ମଉଡମଣି,

 ଜଗନ୍ନାଥ ହେବେ ସାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics