Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଆସ ହେ ଖାଇବା ଚିତୋଉ ପିଠା

ଆସ ହେ ଖାଇବା ଚିତୋଉ ପିଠା

1 min
240



ଓଡ଼ିଆ ଘରର ଅନନ୍ୟ ପରବ

ଚିତାଲାଗି ଅମାବାସ୍ୟା

ଧାରା ଶ୍ରାବଣରେ ହୁଅଇ ପାଳିତ

ସ୍ୱତନ୍ତ୍ର ଚିତୋଉ ପିଠା ।


ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ

ଶ୍ରୀ କ୍ଷେତ୍ର ବଡ଼ଦେଉଳେ

ଲାଗି ହୋଇଥାଏ ସୁବର୍ଣ୍ଣର ଚିତା

ଚିତୋଉ ପିଷ୍ଟକ ଥାଳେ ।


କୃଷି ପରିବେଶ ସବୁଜିମା ବୃଦ୍ଧି

ମହତ ଉଦ୍ଦେଶ୍ୟ ପାଇଁ

ଘରେ ଘରେ ହୁଏ ଚିତା ଲାଗି ପର୍ବ

ବିପଦ ପଡଇ ନାହିଁ ।


ନଡ଼ିଆର କୋରା କଦଳୀ ଶର୍କରା

ପିଠଉର ସମ୍ମିଶ୍ରଣେ

କରନ୍ତି ଗୃହିଣୀ ବାମ୍ଫୁଆଣୀ ପିଠା

ଚକୁଳି ବହୁତ ଯତ୍ନେ ।


ଚନ୍ଦନ ସିନ୍ଦୂର କ୍ଷୀର ଫୁଲ ଅର୍ଘ୍ୟ

ଚିତୋଉ ପିଠା ସମର୍ପି

କୃଷକ କରଇ ଶସ୍ୟ କ୍ଷେତ୍ର ପୂଜା

ପିଠାକୁ ଦିଅଇ ପୋତି ।


ଚିତୋଉର ପିଠା ହୁଏ ସମର୍ପିତ

ଖାଆନ୍ତି ଚିଲ ଶାଗୁଣା

ଗଡିଆ ପୋଖରୀ ନଈ ଓ ନାଳକୁ

ହୋଇଥାଏ ମଧ୍ୟ ଫିଙ୍ଗା ।


କହନ୍ତି ପ୍ରସନ୍ନ ହୁଅନ୍ତି ଦେବତା

ଜଳରେ ବରୁଣଦେବ

ରକ୍ଷା କରିଥାନ୍ତି ବନ୍ୟାର ବିତ୍ପାତୁ

ଖାଇଲେ ଚିତୋଉ ଭୋଗ ।


କହନ୍ତି କେତେକ ଏହି ପରବକୁ

ଗେଣ୍ଡେଇଶୁଣୀଙ୍କ ପୂଜା

ମନାସନ୍ତି କନ୍ୟା ବାପ ଭାଇଙ୍କର

କାଟନ୍ତିନି ଗୋଡ଼ ଗେଣ୍ଡା ।


ଗୁହାଳରେ ପୂଜା ହୁଏ ଗୋବନ୍ଦାଣ

ବୃଦ୍ଧି ହୁଏ ଗୋପଲକ୍ଷ୍ମୀ

ଓଡ଼ିଆଙ୍କ ଗର୍ବ ଚିତୋଉ ପରବ

ଦେଇଥାଏ ସୁଖ ଶାନ୍ତି ।


ଆସ ଖୁସି ମନେ ପାଳିବା ପରବ

ଖାଇବା ଚିତୋଉ ପିଠା

ସଜାଇବା ସ୍ମୃତି ଐତିହ୍ୟ ଆମର

ହୋଇବା ଜଗତ ଜିତା ।


Rate this content
Log in

Similar oriya poem from Inspirational