Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Inspirational

3  

Jayashree Das

Inspirational

ଆସ ଗଛ ଲଗାଇବା

ଆସ ଗଛ ଲଗାଇବା

1 min
111



  


ମଞ୍ଜିଟିଏ ପୋତି ମାଟିତଳେ ଦିନେ,

ପାଣି ଟିକେ ଦେଇଦେଲି.

ସୁନ୍ଦର ଗଛଟି ପତର ମେଳିଲା,

ଦୁଇଟି ନୟନ ଖୋଲି l


ଯତନ କରିଲେ ନିଶ୍ଚୟ ମିଳିବ,

ଆଶାନୁରୂପକ ଫଳ.

ଗଛରେ ଫଳିବ ଟଙ୍କା ସବୁ ଭାଈ,

 ଆମ ଜୀବନର ସିଏ ମୂଳ l


ପାଣି ଦେଉଥିବା କୁନି ଗଛମୂଳେ,

ବଡ଼ ହୋଇବ ସେ ଦିନେ .

ଡାଳରେ ତାହାର ଫୁଲର ସମ୍ଭାର,

ଆନନ୍ଦ ଦେବ ସେ ମନେ l


ଫୁଲ ଫୁଟିଯିବ ଫଳ ଫଳିବ,

ହୋଇବ ଅମୂଲ ମୁଲ.

ନିଶ୍ୱାସ ନେବାକୁ ଅମ୍ଳଜାନ ଦେବ,

ଫଳ ହେବ ଟଙ୍କା ତୁଲ l


ଗଛଟି ନଥିଲେ ଜୀବନ ନଥାନ୍ତା,

ଗଛ ଯେ ଆମର ବନ୍ଧୁ.

ନିଜକୁ ଭୁଲି ସେ ଜନ ହିତେ ଥାଏ,

ତ୍ୟାଗରେ ସେ ମହାସିନ୍ଧୁ l


ପାଣିଦେଇ ତାକୁ ବଞ୍ଚାଇଥିବାରୁ,

ସମର୍ପିତ ତା ଜୀବନ.

ଶୁଖିଗଲେ ମଧ୍ୟ ଶରୀର ତାହାର,

ଆମକୁ କରଇ ଦାନ l


ପତ୍ର ଆଉ ଫୁଲ ଡାଳ ଆଉ ଚେର,

ଆମରି କାମରେ ଲାଗେ.

ଜୀବନ ବଞ୍ଚାଏ ଅମ୍ଳଜାନ ଦେଇ,

କେବେ କି ସେ କିଛି ମାଗେ ?


ଆସ ଆସ ଭାଈ ଲଗାଇବା ଗଛ,

ପ୍ରକୃତିର ବନ୍ଧୁ ହେବା.

ସବୁଜିମା ଭରି ବାୟୁମଣ୍ଡଳକୁ,

ବିଶୁଦ୍ଧ ଆମେ କରିବା l


ଯେତେ ଗଛ ଆମେ ଲଗାଇବା ସାଥୀ,,

ପୃଥିବୀ ହେବ ସୁନ୍ଦର.

ଫଳରୂପେ ଖାଲି ଟଙ୍କା ମିଳୁଥିବ,

ହସିଉଠୁଥିବ ଆମ ସଂସାର l


Rate this content
Log in

Similar oriya poem from Inspirational