STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଆସ ବୁଲିଯିବା ଜହ୍ନରାଇଜ

ଆସ ବୁଲିଯିବା ଜହ୍ନରାଇଜ

1 min
416


ଆସ ବୁଲିଯିବା ଜହ୍ନରାଇଜକୁ

କୁନାକୁନୀ ଟୁନାମୁନା

ଯିବ ଉଡିଉଡି ମହାକାଶଯାନ

ଘୋଟକ ମନପବନା ।


ପିନ୍ଧିବା ସମସ୍ତେ ସ୍ୱତନ୍ତ୍ର ପୋଷାକ

ଖାଇବା ତରଳ ଖାଦ୍ୟ

ସୈ।ର ମଣ୍ଡଳରେ ଅଟେ ଅଦ୍ୱିତୀୟ

ଜହ୍ନମାମୁଁ ଉପଗ୍ରହ ।


ମହାକାଶ ଧୂଳି ବହଳ ପରସ୍ତ

ମୃତ ଆଗ୍ନେୟ ଗରତ

କଳାଛାଇ ହୋଇ ଦିଶଇ ଆମକୁ

ଭାବନ୍ତି ଆମେ ଶଶକ ।


ପୃଥିବୀ ଉପରେ ପ୍ରତି ସେକେଣ୍ଡରେ

ଦଉଡ଼ ଦଶ ମିଟର

ଜହ୍ନରାଇଜରେ ଏହି ଦୈ।

ଡ଼ବେଗ ହେବ ପନ୍ଦର ମିଟର ।


ଏକ ଷଷ୍ଠମା°ଶ ଶକ୍ତି ଆକର୍ଷଣ

ପୃଥିବୀ ଠାରୁ ଚନ୍ଦ୍ରର

ସଟ ମାରିଲେ ଅଧିକ ଉଚ୍ଚକୁ

ଉଡିଯିବ ଫୁଟବଲ ।


ଅଠେଇଶି ଦିନେ କରେ ପରିକ୍ରମା

ପୃଥିବୀ ଚାରିପଟରେ

ହୁଏ ଅମାବାସ୍ୟା ଅନ୍ଧାର ପକ୍ଷରେ

ପୂର୍ଣ୍ଣିମା ଶୁକଳ ପକ୍ଷେ ।


ଜହ୍ନ ସହ ଆମ ଘୂରୁଛି ପୃଥିବୀ

ଆସଇ ଜୁଆର ଭଟ୍ଟା

ଆମ ପୃଥିବୀର ଜହ୍ନ ଏକ ଅ°ଶ

ମାମୁଁ ନାମେ ହୁଏ ଡକା ।


ଜହ୍ନ ମାମୁଁ ମୁଣ୍ଡେ ତୋଳିଛନ୍ତି ଛତା

ରୂପେଲି ଜୋଛନା ଢାଳି

ସୁରକ୍ଷା ଦିଅନ୍ତି ଗ୍ରୀଷମ ଉତ୍ତାପୁ

ବରଷି ଅମୃତ ବାରି ।



Rate this content
Log in

Similar oriya poem from Inspirational