STORYMIRROR

ବଳରାମ ବାରିକ

Inspirational

3  

ବଳରାମ ବାରିକ

Inspirational

ଆସ ଭାଙ୍ଗିବା

ଆସ ଭାଙ୍ଗିବା

1 min
13.3K


ଆସ ଭାଙ୍ଗିବା

ଅଖଣ୍ଡ ଭାରତକୁ ଭାଙ୍ଗିଦେବା ଆସ।

ଆମେ ତ ସ୍ୱାଧୀନ ଦେଶର ସନ୍ତାନ।

କିଏ ବା କ'ଣ କହିବ ଆମକୁ ଆମେ ନାହୁଁ ଏବେ ପର ଅଧୀନ।

ଶିକ୍ଷା ଆମର ଯେତିକି ବଢୁଛି।

ମୁରୁଖ ସାଜୁଛେ ସେତେ।

ପାଞ୍ଚ ଅଙ୍ଗୁଳିର ଶକ୍ତିକୁ ଭୁଲି

ବିଛିନ୍ନତାବାଦର ପଥେ।

ଯୋଡିବା ଚିନ୍ତାଧାରାର ତ ମୋ ମନରେ ଜମା ନାହିଁ.....

ସେଥିପାଇଁ ପରିବାର ଭାଙ୍ଗି ମୁଁ ଫାମିଲି ଗଢ଼ିଛି।

ଭାଙ୍ଗିବା ତ ମୁଁ ପିଲା ବେଳୁ ଶିଖିଛି।

କୁନି କୁନି କଣ୍ଢେଇ ଗୁଡ଼ିକର ହାତ ,ଗୋଡ଼ ,ମୁଣ୍ଡ ମୋଡି ଭାଙ୍ଗିଛି।

ବାଲି ଘରକୁ ଗୋଇଠା ମାରି ଉଜାଡିଛି।

ତାହା ତ ବାଲ୍ୟ ଚପଳାମି ଥିଲା।

ଏବେ ତ ଦରବୁଢା ହେଲିଣି ।

ପୁଣି କାହିଁକି ଯେ ମୋ ମନରୁ ଭାଙ୍ଗିବା ନିଶାଟା ଗଲାନି।

ଏବେ ବି ମୁଁ ରାସ୍ତା ଖୋଜୁଛି କେମିତି କ’ଣ ଗୋଟେ ଭାଙ୍ଗି ପକାନ୍ତି କି!!!

କିଛି ମିଳୁନି ,ବାଧ୍ୟ ହୋଇ ଲୋକଙ୍କ ମନକୁ ଭାଙ୍ଗିବାର ଇଚ୍ଛା ଧରିଛି।

ମୋ ଧାରୁଆ ଜିଭରେ

ତାଙ୍କ ସରଳ ହୃଦୟକୁ କାଟୁଛି।

ଆରେ ....!!ତୁ ତ ଗୋଟେ ଅଲଗା ମଣିଷ।

ତୋର ରୀତିନୀତି ଅଲଗା ତୋର ସଂସ୍କୃତି ଅଲଗା,ତୋର ଦୀଅଁ ଦେବତା ଅଲଗା।

ତୋର ପିନ୍ଧିବା ଅଲଗା ତୋର ବାନ୍ଧିବା ଅଲଗା।

ତୁ ଅଲଗା ହୋ ,ତୁ ଭିନ୍ନ ହୋ।

ଗାର ଟାଣି ଅଲଗା କରି ଦେ ତୋ ଇଲାକାକୁ।

ତୁ ପରା ମଣିଷ।

ତୋର ଅଛି ଶକ୍ତି ସାହସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational