STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଆସ ଆସ ନବବର୍ଷ

ଆସ ଆସ ନବବର୍ଷ

1 min
217


ଆସ ଆସ ନବବର୍ଷ ଦ୍ୱିସହସ୍ର ଦ୍ୱାବି°ଶ

 ପଦ୍ମପାଦ ପାତ ସୁପ୍ରଭାତ  

ଶୁଭଙ୍କର ହେଉ ତୁମ ଆଗମନୀ ସ୍ଥିତି

ସୁସ୍ୱ।ଗତ ମଙ୍ଗଳ ପ୍ରଭାତ ।


ଭରିଦିଅ ଜଡ଼ ପ୍ରାଣେ ସବୁଜ ଚେତନା

ଜାଗି ଉଠୁ ବିଶ୍ୱ ଜନ ମନ 

ଖେଳିଯାଉ ପ୍ରତିପ୍ରାଣେ ଉତ୍ସାହ ପୁଲକ

ଫୁଲେଫୁଲେ ଫୁଟୁ ସପ୍ତରଙ୍ଗ ।


ଉଦ୍ଭାସୁ ନୀଳ ଅମ୍ବରେ ଅରୁଣିମା ଜ୍ୟୋତ୍ସ୍ନା

ମୁକ୍ତ ଛନ୍ଦେ ବିହରନ୍ତୁ ପକ୍ଷୀ 

ବରଷୁ ଅମୃତ ଧାରା ଗିରିଶିରେ ସମତଳେ

ପ୍ରବହନ୍ତୁ ଶତଧାରେ ନଦୀ ।


ନିବାରିତ ହେଉ ରୋଗଦୁଃଖ ମହାମାରୀ

ସ୍ୱଚ୍ଛନ୍ଦରେ ପ୍ରବହୁ ପ୍ରଶ୍ୱାସ 

ଶାନ୍ତି ମୈତ୍ରୀ ସଦ୍ଭାବନା ଅହିଂସା ନୀତିରେ

ଏ ମଣିଷ ରଖୁ ସୁବିଶ୍ୱ।ସ ।


ପରିବେଶ ହେଉ ସ୍ୱଚ୍ଛ ବିମଳ ବିଶୁଦ୍ଧ

ଆଜୀବିକା ସୁଷମ ସୁଲଭ 

ଦୂର ହେଉ ଗରିବର ଅଭାବ କଷଣ

ଏ ବସୁଧା ହେଉ ସ୍ୱକୁଟୁମ୍ବ ।


ବିକଶିତ ହେଉ କଳି ବନ ଉପବନେ

ଫୁଟିଉଠୁ ମୁଖେ ମୁଖେ ହସ 

ନିରାପଦ ହେଉ ଗୃହ କୋଣ ଅନୁକୋଣ

ଫେଡିଦିଅ ପ୍ରବୃତ୍ତି ରାକ୍ଷସ ।


କରୁଅଛୁ ଅଳି ସର୍ବେ ଆମ୍ଭେ ସବିନୟେ

ସମୁଜ୍ଜ୍ୱଳେ ଆସ ନବବର୍ଷ 

ସତ୍ୟ ଶାନ୍ତି ସମନ୍ୱୟେ ମନ ହେଉ ପୁଲକିତ

ପ୍ରାଣେ ପ୍ରାଣେ ଝରୁ ମଧୁ ହର୍ଷ ।



Rate this content
Log in

Similar oriya poem from Inspirational