ଆସ ଆସ ମାତା
ଆସ ଆସ ମାତା
ଆସ ଆସ ମାତା
କଳୁଷିତ ମୋର ମନ ତନ ପ୍ରାଣ ଇର୍ଷାରେ ମୁଁ ଜର୍ଜରିତ ଗର୍ବ ଅହଂକାର ହିଂସା ଓ କ୍ରୋଧରେ ସବୁବେଳେ ମର୍ମାହତ
ଲୋଭ ଲାଳସାରେ ଜୀବନଟା ମୋର ହେଉଅଛି ଛଟପଟ ପେଟ ପାଟଣା ପାଇଁ ପ୍ରତିଦିନ ମୁଁ କରିଥାଏ କେତେ ନାଟ
ଜୀବନରେ ମୋର ତିଳେ ହେଲେ ନାହିଁ ଶାନ୍ତି ଶୃଙ୍ଖଳାର ଚିହ୍ନ ସୁଖ ସରାଗ ସବୁ ଗଲାଣି ଯେ ମରି ନାହିଁ ପାଖେ ପ୍ରେମ ସ୍ନେହ
ତୁମ ଆଗମନେ ଲଭିବି ଆଶିଷ ପାଇ ମାତା ଦରଶନ ଯେତେ ଅଛି ମୋର ଆଶା ଓ କାମନା କରିବ ନିଶ୍ଚେ ପୂରଣ
ଜଗତ ଜନନୀ ମାତା ଦୁର୍ଗା ତୁମେ କରୁଣାର ଧାରା ଢାଳ
ମନକୁ ମୋହର ତୁମ ପ୍ରେମ ଧାରେ କରି ସ୍ବଚ୍ଛ ଓ ନିର୍ମଳ ଜୀବନରୁ ମୋର ଦୂର କର ଥରେ ବଦଭ୍ୟାସ ଅଛି ଯେତେ କୁଗୁଣ ଗୁଡିକୁ କରିଦିଅ ନାଶ ସେହ୍ନ ପ୍ରେମ ଦେଇ ମତେ
ସତ୍ୟ ଧର୍ମ ଶାନ୍ତି ଅହିଂସା ପଥରେ ନିଅ ଆହେ ମହାମାୟୀ ଶକ୍ତିସ୍ଵରୂପିଣୀ ଆହେ ଦୁର୍ଗାମାତା ସୁଗୁଣ ଗୁଡ଼ିକ ଦେଇ
ଆସ ଆସ ମାତା ଧରଣୀ ବକ୍ଷକୁ ହସହସ ମୁଖେ ଆସ ଦୁଃଖ, ଯନ୍ତ୍ରଣାକୁ ଜୀବନରୁ ମୋର କରିଦିଅ ବାରେ ନାଶ
ଭଲ ମଣିଷଟି କରିଦିଅ ଆସି ଜାଳି ମୋ ମନେ ଆଲୋକ ଅନ୍ଧକାର ମୟ ଏ ବିଶ୍ଵ ଜଗତେ ରୂପରେ ତୁମେ ଅନେକ
