ଆସ ଆସ ଭାଇ ଜଗା ବଳିଆ
ଆସ ଆସ ଭାଇ ଜଗା ବଳିଆ
ଆସ ଆସ ଭାଇ ଜଗା ବଳିଆ
================
ଆସ ଆସ ଭାଇ ଜଗା ବଳିଆ l
ସୁନାଭାଇ ମୋର ସୁନା ଥାଳିଆ ll
ରାକ୍ଷୀ ଆଣିଛି ମୁଁ ଭଳି କି ଭଳି l
ନାଲି ବାଇଗଣୀ ସବୁଜ ନେଳୀ ll
ହୀରା ନୀଳା ମୋତି ମାଣିକବସା l
ପାଟ ଡୋର ଶୁଦ୍ଧ ସୁବର୍ଣ୍ଣ ମିଶା ll
ହସ୍ତେ ବାନ୍ଧିଦେବି ଆସହେ ଭାଇ l
ଆଜ ପରା ଭାଇ ରାକ୍ଷୀ ପୁନେଇଁ ll
ଶିରେ ଲେପିଦେବି ଗନ୍ଧ ଚନ୍ଦନ l
ଭାଇରତନ ମୋ ଅମୂଲ୍ୟ ଧନ ll
ଯୁଗେ ଯୁଗେ ସାହାହୋଇବ ପରା l
ମୁକତି ଦାତା ମୋ ମୁକ୍ତି ପସରା ll
ଶୁଣି ସୁଭଦ୍ରାଙ୍କ କୋମଳ ଗୀର l
ହରଷରେ ପ୍ରଭୁ ଦ୍ୟନ୍ତି ଉତ୍ତର ll
ଶୁଣ ଶୁଣ ଆଲୋ ଭଊଣୀ ରାଣୀ l
ତୁହି ପରା ଆମ ନୟନ ମଣି ll
ଜଗା ବଳିଆଙ୍କ ଗେହ୍ଲୀ ସୁଭଦ୍ରା l
ଜୀବନରେ ତୋତେ ନଆସୁ ବାଧା ll
ହାତ ବଢ଼ାଇଲୁ ପିନ୍ଧିବୁ ରାକ୍ଷୀ l
ତିନି ବାର ଧର୍ମ ରହିଲା ସାକ୍ଷୀ ll
ସୁରକ୍ଷା କବଚ ରହିବୁ ତୋର l
ସତ୍ୟ ବଚନ ଏ ଅଟେ ଆମର ll
ଧନ୍ୟ ଲୀଳା ପ୍ରଭୁ ଦାରୁ ମୂରତି l
ଧନ୍ୟ ଭଗ୍ନୀ ଭଦ୍ରା ତୁମ୍ଭ ଅଟନ୍ତି ll
ନମଃ ବଳରାମ ଶ୍ରୀ ଜଗନ୍ନାଥ l
ଯୁଗେ ଯୁଗେ ତୁମ୍ଭ ଲୀଳା ଅଦ୍ଭୁତ ll
ନମଃ ନମଃ ସୁଭଦ୍ରିକା ଭଊଣୀ l
ଅମୃତ ବନ୍ଧନ ପୁଣ୍ୟ କାହାଣୀ ll
ଜଗତେ ହୋଇଲା ଲୀଳା ପ୍ରଚାର l
ପ୍ରେମେ ବନ୍ଧା ଏହି ମାୟା ସଂସାର ll
🙏🙏🙏
ଅର୍ଜୁନୀ
--------------
ଅର୍ଜ୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
