ଆସ ଆସ ଭାଇ ଗୀତ ଗାଇ ଗାଇ
ଆସ ଆସ ଭାଇ ଗୀତ ଗାଇ ଗାଇ
ଆସ ଆସ ଭାଇ ଗୀତ ଗାଇ ଗାଇ,
ସାଥି ମେଳେ ସମୟ ଦେବା ବିତାଇ।
ଦୁଃଖରେ କାତର ନହୁଅ ଭାଇ,
ଖୁସି ରେ ବିଭୋର ନହେବ କେହି ।
ଦୁଃଖ ପରେ ସୁଖ ଆସଇ ଭାଇ,
ରାତି ପରେ ଦିନ ହୋଇଣ ଥାଇ ।
ଖୁସିକୁ ବାଣ୍ଟିଲେ ହୁଏ ଦ୍ବିଗୁଣିତ,
ଦୁଃଖକୁ ବାଣ୍ଟିଲେ ଭରିଯାଏ କ୍ଷତ।
ମିଳିମିଶି ହୋଇ ଆମେ ଚଳିବା,
ବିପଦେ ଅନ୍ୟକୁ ସାହାଯ୍ୟ ହେବା ।
ସବୁରି ସାଥିରେ ଆମେ ବଢିବା,
ଦେଶ ବିକାଶରେ ସାମିଲ ହେବା ।
ସବୁ ଧର୍ମକୁ ଆମେ କରି ଆଦର,
ଦୁନିଆଁରେ ହେବା ଏକ ନମ୍ବର ।
ଆଳସ୍ଯ କୁ ଭୁଲି କର୍ମଠ ହେବା,
ଶତ୍ରୁକୁ ଆମେ କଡା ଜବାବ ଦେବା।
