STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ଆର୍ଯ୍ୟ ବଧୂ

ଆର୍ଯ୍ୟ ବଧୂ

1 min
205


ଆର୍ଯ୍ୟ ଭୂମି ମୋର ଭାରତବର୍ଷ ଆର୍ଯ୍ୟାବର୍ତ୍ତ ନାମ ତାର

ଝର ଝର ଝରେ କଳ କଲ୍ଲୋଳିନୀ ପବିତ୍ର ଗଙ୍ଗୋତ୍ରୀ ଧାର 

ଶିଳା ଶାଳଗ୍ରାମ ମାଟି ତା ଚନ୍ଦନ

ସଲିଳ ପବିତ୍ର ମଳୟ ପବନ

ଆକାଶ ଛୂଆଁ ତା ଗରବ ଗୌରବ ତାର ମମତା ବନ୍ଧନ ।

              

ଏ ଦେଶର ମାନ ମହତ ସଂସ୍କୃତି ହୋଇଛି ବେଦୁ ଉଦ୍ଧୃତ

ଶୃଂଖଳିତ ସୁସ୍ଥ ସମାଜ ଗଠନେ ହୁଏ ଉପବାସ ବ୍ରତ

ଆର୍ଯ୍ୟ ବଧୂ ମହୀୟସୀ ଏ ମାଟିର

ଦେଖାଇଛି ପରାକାଷ୍ଠା ତା ସତୀତ୍ଵ 

ତ୍ରିଦଶାଳୟର ବୀରାଙ୍ଗନା ବଧୂ ତା ପାସେ ହୁଏ ଲଜ୍ଜିତ ।

       

ବଶିଷ୍ଠ ମହର୍ଷି ପତ୍ନୀ ଅରୁନ୍ଧତୀ ଏ ଆର୍ଯ୍ୟ ଭୂମି ର ବଧୂ

ଭୁବନେ ବିଦିତ ତାଙ୍କରି ସତୀତ୍ଵ ସପତ ସାଗର ସିନ୍ଧୁ

ଉଜ୍ଵଳ ଜ୍ୟୋତିଷ୍କ ସପ୍ତର୍ଷି ମଣ୍ଡଳେ

ବିଦ୍ୟମାନ ଦେଖ ସ୍ଵାମୀ ଙ୍କ ସଙ୍ଗରେ

ଆର୍ଯ୍ୟାବର୍ତ୍ତ ର ୟେ ନାରୀ ନାରାୟଣୀ ଗୌରବ ସର୍ବ ଉର୍ଦ୍ଧରେ ।

       

ଦେବୀ ଅନସୂୟା ଅତ୍ରୀ ମୁନି ଜାୟା ଅମ୍ଳାନ ବସ୍ତ୍ର ବିଭୁତି

ସରଗ ଦେବତା ହାରିଯାଇଛନ୍ତି ସ୍ଵାମୀ ପଦେ ରଖି ମତି

ତିନି ଦେବତାଙ୍କୁ ବାତ୍ସଲ୍ୟ ମମତା

ଅଭିଶାପେ ପୁତ୍ର କରିଦେଲେ ମାତା

ଏମିତିକା ସତୀ ତିନିଲୋକେ ନାହିଁ (ଏ) ଆର୍ଯ୍ୟ ବଧୂ କରାମତି ।

               

ଏ ମାଟିର ନାରୀ ସତୀ ଶିରୋମଣୀ ସ୍ଵାମୀ ର ପ୍ରାଣ କୁ ଖରେ 

ଯମ ଙ୍କ ହାତରୁ ଛଡାଇ ଆଣଇଁ ନିଜ ମହାନତା ବଳେ

ଲକ୍ଷ୍ମୀ ନାରାୟଣ ବ୍ରତ କରେ ସତୀ

ସେବା ସ୍ଵାମୀ ପଦତଳେ ରଖେ ମତି

ମହୀ ତଳେ ନାମ ସଦା ଜହ୍ନ ସମ ଝଳେ ତା ନାମ ସାବିତ୍ରୀ ।

       

ତ୍ରେତୟା ଯୁଗର ରଘୁ କୁଳ ବଧୂ ଜନକ ରାଜ ନନ୍ଦିନୀ

ଦେବୀ ସତୀ ମହିୟଷୀ ବଈଦେହୀ ମହା ସତୀ ଚୂଡାମଣୀ

ଏଇ ଆର୍ୟ୍ୟାବର୍ତ୍ତ ମାଟିର ଲଳନା

ଭ୍ରତଖଣ୍ଡ ନାରୀ ପତିବ୍ରତା ଧନ୍ୟା

ଯାର ଯଶ କିର୍ତ୍ତି ଲଂଘିଛି ହ୍ରିମାଦ୍ରି ଆର୍ଯ୍ୟ ବଧୂ ଚନ୍ଦ୍ରାନନା ।

      

ଯାଜ୍ଞବଲ୍କ୍ୟ ପତ୍ନୀ ସେ ବ୍ରହ୍ମବାଦିନୀ ଗାର୍ଗୀ ୟେ ମାଟିର କନ୍ୟା 

ଦର୍ଶନ ଶାସ୍ତ୍ର ର ଅନନ୍ୟ ପ୍ରଣେତା ପତିବ୍ରତା ବରାନନା

ଆର୍ଯ୍ୟ ବଧୂ ପୁଣ୍ୟଶ୍ଳୋକ ପୂଣ୍ୟବତୀ

ଲୋପାମୁଦ୍ରା କଳାବତୀ ମହାସତୀ

ନାରୀ ଆକାଶର ସମୁଜ୍ଵଳ ଜ୍ୟୋତି ଯାର ଅମର କିରତୀ ।

      

ଗାଉଛି ଧରିତ୍ରୀ ଗଗନ ପବନ ସୁରଭିତ ଅଛି କରି

ଏହି ସେହି ଆର୍ଯ୍ୟାବର୍ତ୍ତ ଏ ଭୂଖଣ୍ଡେ ମହାନତା ଅଛି ଭରି

ତେଣୁ ଆର୍ଯ୍ୟାବର୍ତ୍ତ ଭାରତବର୍ଷ 

ଗଗନ ଛୁଆଁ ତା ମହାନ ଉତ୍କର୍ଷ

ଆର୍ଯ୍ୟ ବଧୂ ବୀରାଙ୍ଗନା ମହୀୟଷୀ ଶୀଳତା ଛୁଇଁଛି ଶୀର୍ଷ ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller