STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଆରତ ନାଶନ

ଆରତ ନାଶନ

1 min
260


ଆରତ ନାଶନ ହେ କଳାବଦନ

  ଦୀନଜନ ଦୁଃଖହାରୀ,

ଗମ୍ଭୀରା ଭିତରେ ଶୟନ ନିଦ୍ରାରେ

   କି ସ୍ଵପ୍ନ ଦେଖ ହୋ ହରି,

   ଦୀନଜନ ଦୁଃଖହାରୀ।


ଆତଙ୍କ ଭିଆଇ କ୍ଷୀରାବ୍ଧି ସାଗରେ

  କ୍ଷୀରାବ୍ଧି ତନୟା ପାଶେ,

 ଅଚିନ୍ତା ସ୍ଵପ୍ନେ ନିମଗ୍ନ ତ ତୁମେ

    ବିଶ୍ଵ ଯେ ପତିତ ଧ୍ଵଂସେ,

ପାଳନ କେମିତି କର କୁହ ବାରେ

   ଆହେ ମୋ ବିଶ୍ଵବିହାରୀ।

   ଦୀନଜନ ଦୁଃଖହାରୀ।


କଞ୍ଚା ବୟସରେ ବଂଶ ବୁଡିଯାଏ

  ପିୟର ଅଗ୍ରତେ ପୁତ୍ର,

ଷଷ୍ଠଜଷ୍ଟି ଚତୁସ୍କନ୍ଧ ଅଲୋଡ଼ା ଯେ

   ମଶାଣି କ୍ରନ୍ଦନରତ,

ପତ୍ନୀକନ୍ୟା,ପିତାମାତା ପୁତ୍ର ଶୂନ୍ୟେ   

    ଗୃହେ ରୋଦନ ଲହରୀ।

     ଦୀନଜନ ଦୁଃଖହାରୀ।


ଧ୍ଵଂସ ଇଚ୍ଛା ତବ ହୋଇଯିବ ପୂର୍ଣ୍ଣ

    ଆଉ ତ ନିମିତ୍ତ ମାତ୍ର,

କୀଟ,ପତଙ୍ଗ ପରାୟେ ଏ ଧରାରେ

   ଶ୍ରେଷ୍ଠ ଜୀବ ନିପତିତ,

ହରି,ହର,ପ୍ରଜାପତି ଥାଉଁ ଥାଉଁ

  କେ ହରିବ ଦୁଃଖ ହରି।

   ଦୀନଜନ ଦୁଃଖହାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational