STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ଆର୍ଷପ୍ରୟୋଗ

ଆର୍ଷପ୍ରୟୋଗ

2 mins
13.9K


ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ

ଯେଉଁ ଦିନ ସବୁ ଗୁମର ଫିଟିବ

ଅଲାଜୁକ ଯିବେ କାହିଁ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ମନରୁ ହେଜି ତୁ ହୃଦରୁ ଅରଜି

ଲେଖୁଅଛୁ ଦୁଇପଦ

ହେଲେ ଆଗଧାଡ଼ି ପଣ୍ଡିତ ମାନଙ୍କ

ମୁହଁରୁ ନୋହିବ ଶବ୍ଦ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ନଜାଣି ନଶୁଣି ବାଃ ରେ ବାଃ ଥୋଇ

ଶବ୍ଦଚୌର୍ଯ୍ୟେ ଦ୍ୟନ୍ତି ମାନ

ନେଇ ଆଣି ଥୋଇ ଏଇ ଶଠ ଖଣ୍ଟ

ଆଜି ଶବ୍ଦ ସୁଧୀ ଜନ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ମଞ୍ଚଚଢ଼ା ବାଇ ହାତରେ ମାଇକି

ମୁଖରେ ନଥାଏ ଭାଷା

କଣ ଯେ ପ୍ରସଙ୍ଗ କିସ କହୁଛନ୍ତି

ଶ୍ରୋତା ବାପୁଡ଼ା ନିରାଶା

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ସଭା ସମିତିରେ ହାଟ ବଜାରରେ

ସେଇ ଚିହ୍ନାଚିହ୍ନା ସବୁ

ଭାଷା ଗୋବର୍ଦ୍ଧନ ଟେକି ଧରିଛନ୍ତି

ଗଣ୍ଡେ ସାହିତ୍ୟିକ ବାବୁ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ଗୋଡ଼ ଝିକାଝିକି ଉପରୁ ତଳକୁ

ଚାଲିଛି ଯେ ରୀତିମତ

ଓଳିରୁ ଗଜା ପରାୟେ ଭାଇରେ

ସଭିଏଁ ଗୋଜପଣ୍ଡିତ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ଏକାଡେମୀ ଘରୁ କେମନ୍ତେ ମିଳିବ

ପୁରସ୍କାରର ବେଭାର

ସେହି ଭାବ ନେଇ ହାତ ଗୋଡ଼ ଟେକି

ସଭିଏଁ ଜାଗ ତିଆର

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ଗୋଟି ଗୋଟି କରି ସବୁ ପୁରସ୍କାର

ପାଇବା ଆଶାରେ ବାଇ

ଆନର ଲେଖା ନା ପଢ଼ା ନା ବୁଝା

ଘୋଡ଼ା ବେପାରରେ ଥାଇ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ଯେ ଯା ବାଟ ଉଣ୍ଡି ମାରିନେବା ପଣେ

ପଶୁଛନ୍ତି ଏ ସଂସାରେ

ଯେଉଁଠୁ ପଡ଼ିଲା ଯାହା ବି ପଡ଼ିଲା

ସବୁ ବନ୍ଧା ଗଣ୍ଠିଲିରେ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ସୁନ୍ଦର ମନରେ ସୃଜନ ଜାଣିଛ

ସେଥି ପାଇଁ ହେଲ ଧନ୍ୟ

ହେଲେ ଯାହା ସବୁ ହେଉଛି ଭାଇ ମୋ

ସଭିଏଁ ପଣ୍ଡିତମନ୍ୟ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ତାଜା ହୋଇଗଲା ସକାଳୁ ସକାଳୁ

ତୁମ ମୁଣ୍ଡ ସିନା ଭାଇ

କେତେ ସାହିତ୍ୟିକ ମୁଣ୍ଡ ପିଟୁଛନ୍ତି

ପାତର ଅନ୍ତର ପାଇଁ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ବଢ଼ିଆ ଲାଗିଲା ମୋର ଏ ଶ୍ଲେଷୋକ୍ତି

ଜାଣି ଖୁସି ହେଲି ମନେ

ମନ ଛଟପଟ ଦେଖି ଏ କପଟ

ଆମ ଶବଦ ଭୁବନେ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ସାହିତ୍ୟର ସୁଧା ଯୁଗ ଥିଲା ଭାଇ

ଥିଲେ ଉପଇନ୍ଦ୍ର ରାଧା

ଥିଲେ ବଳଦେବ ଦିନକୃଷ୍ଣ ଭୀମ

ଗଙ୍ଗାଧର ଭାଷା ଯୋଦ୍ଧା

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ଲେଖକ ଲେଖଇ ପଦପଦ କରି

ସୃଜଇ କଥା କବିତା

ନବରସ ଷଡ଼୍ଦର୍ଶୀ ଭାବେ ବର୍ଣ୍ଣେ

ମନ ହୃଦ ଆତ୍ମା କଥା

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ଆପଣା ଭାଷାର ଦୁର୍ଦ୍ଦିନର ଦିନ

ଆଉ ହେବ କାହିଁ କେତେ ?

ସାହିତ୍ୟ ସେବାରେ ଥାଉ ଏଇ ମନ

ପ୍ରାଣ ଥିବା ପରିଯନ୍ତେ

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

ସାହିତ୍ୟ ଅଟଇ ଅମୃତର ଧାର

କରଇ ପ୍ରାଣକୁ ଶୁଦ୍ଧ

ଏ କଥା ଧାଡ଼ିଏ ବୁଝିବା ପାଇଁକି

ଖୋଜା ଚାଲିଅଛି ବୁଧ...!!!

ଶବଦ ଲେଖା ଚାଲିଛି ହୋ

ସାହିତ୍ୟ ସଂସାରେ ଭାଇ (ଘୋଷା)

-ପ୍ରଭୂ

[ବୋହୁ ଚାଲି ନଜାଣଇ ଲୋ...ବୃତ୍ତେ]


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational