STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆରେ’ ପିଲେ ଶୁଣ

ଆରେ’ ପିଲେ ଶୁଣ

1 min
13.5K


ଅମ୍ବିକା ସ୍ଵାଇଁ

ଆରେ ପିଲାମାନେ ଶୁଣ ମନ ଦେଇ

ଭୁଲ ନାହିଁ ତୁମେ କେବେ

କେତେ କଷ୍ଟ ସାହି ବାପା ମା’ ତୁମକୁ

ଜନ୍ମ ଦେଇଛନ୍ତି ଭବେ,

ରାତି, ରାତି ଅନିଦ୍ରା ରହି

କରିଥାନ୍ତି ତୁମ ଅଳି ଅର୍ଦ୍ଦଳି

ପ୍ରଭୁଙ୍କ ପାଶେ କରି ଗୁହାରୀ,

ତୁମ ଜୀବନ ଗଢନ୍ତି ତୋଳି ।

ପିତାମାତା ମମତା ସରଗଠୁ

ବଡ ସାଗରଠୁ ଗଭୀର

କେ ହୋଇ ପାରିବ ତାଙ୍କ ସମତୁଲ,

ତୁଳନା ନାହିଁ ଯାହାର

ତାଙ୍କ ଅମୃତ ଆଶିଷ ଝରଣା

ସଦା ଝରୁଥାଏ ତୁମ ଉପରେ

ତୁମେ ହେଲା ପରେ ବଡ଼

ପିତାମାତାଙ୍କୁ କରନାହିଁ ହତାଦର ।

ପିତାମାତା ତୁମ ଚଳନ୍ତି ଦେବତା

ଏକଥାକୁ ମନେ ରଖ

ତାଙ୍କ ଚରଣରେ ମଥାନତ କରି

ଜୀବନକୁ ତୁମେ ଦେଖ

ଦୁଃଖ ଦିଅ ନାହିଁ ଜୀବନରେ ତାଙ୍କୁ,

ଆଖିରେ ନ ଦିଅ ଲୁହ

ତାଙ୍କ ଆଖିରୁ ବହିଲେ ଲୁହ,

ଭଲେ କି ତୁମେ ରହିବ କୁହ ।

ଆଦର ସମ୍ମାନ ଯତ୍ନ ସହକାରେ,

ତାଙ୍କ କଥା ତୁମେ ବୁଝ

ଯେତେ ବୁଝିଲେ କି ଶୁଝି ପାରିବ

ତାଙ୍କରି ଋଣର ବୋଝ

ପିଲାମାନେ ଭୁଲନାହିଁ ତୁମେ

ହେବ ଦିନେ ପିତାମାତା

ତୁମ ପିଲା ତୁମକୁ କରିଲେ ହେଳା

ଜାଣିବ ଅନ୍ତର ବ୍ୟଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics