Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

1.8  

Sadananda Sahoo

Tragedy

ଆର ପାରିରେ ପାରିକର

ଆର ପାରିରେ ପାରିକର

2 mins
493



ମହାନୁଭବର ଉଜ୍ଜ୍ଵଳ ଭାସ୍କର

ଯୋଗଜନ୍ମା ରାଜନେତା

ଅକାଳରେ କାହିଁ ଗଲହେ'ବାହୁଡି

ଝୁରୁଛି ଭାରତମାତା ! !


ଆହେ ମନୋହର ସୁଯୋଗ୍ୟ ସନ୍ତାନ

ଯୁଗଶ୍ରେଷ୍ଠ ପ୍ରଜ୍ଞାଦୀପ୍ତ

ଗଣତନ୍ତ୍ର ମନ୍ତ୍ର ମହାବିଶାରଦ

ଗାଥା ତୁମ ପରିବ୍ୟାପ୍ତ ! !


ଜୀବନ ସଂଘର୍ଷେ ଥିଲ ହେ' ଉତ୍କର୍ଷେ

ଜନନୀର ଯୋଗ୍ୟସୁତ

ପଦ ପଦବୀରେ ଥିଲ ସୁବିଚାରେ

ସୁରକ୍ଷା କବଚ ମିତ ! !


ଅଭିଜ୍ଞତାପୁର୍ଣ୍ଣ ସମରେ ଅର୍ଜ୍ଜୁନ

କର୍ମବୀର ମହାପ୍ରାଣ

ପ୍ରତିରକ୍ଷା ମନ୍ତ୍ରୀ ଥିଲ ମହାସୂତ୍ରୀ

ସିଞ୍ଚି ବୀରତ୍ଵର ଭୃଣ ! !


ସଧାରଣ ପ୍ରଜା ତା'ମନେ ସଦିଚ୍ଛା

କାନ୍ଦୁଛି ହେ' ପାରିକର

ପ୍ରଜା ବାତ୍ସଲ୍ୟର ଅଲିଭା ସ୍ଵାକ୍ଷର

ନୟନୁ ଝରୁଛି ନୀର ! !


ଗୋଆ ମନଦୀପ ଅଲିଭା ପ୍ରଦୀପ

କେମିତି ଲିଭିଲା କୁହ

ଆହେ' ପାରିକର କେଣେ ଛାଡିଗଲ

କୋଟି ହୃଦୟରେ କୋହ ! !


ମହା ମୁଖ୍ୟମନ୍ତ୍ରୀ ଗୋଆ ଧନତନ୍ତ୍ରୀ

ପ୍ରଜା ହିତେ ଥିଲ ମଜ୍ଜି

ସ୍ତବ୍ଧ ହୋଇଗଲା ଗୋଆ ମାଟିମାଆ

ତୁମ୍ଭକୁ ହରାଇ ଆଜି ! !


ରାଜନୀତି ପ୍ରୀତ ସଂସଦ ସୁପୁତ୍ର

ମନୋହର ପାରିକର

ସର୍ବମଙ୍ଗଳରେ ଥିଲେ ଆଗଭରେ

ଯୋଗ୍ୟତମ କର୍ମକାର ! !


ଭକତି ପ୍ରଣତୀ ଘେନ ଶ୍ରଦ୍ଧାଞ୍ଜଳି

ଦୁଃଖିଜନ ଚିରବନ୍ଧୁ

ଆହେ ପାରିକର ମନୋଜ୍ଞ ପୁରୁଷ

ଝୁରୁଛି ଭାରତୀ ବିନ୍ଦୁ ! !


ପୁଣି ଆଉ ଥରେ ଜନ୍ମିବ ଭାରତେ

ରୋଗବ୍ୟାଧି ମୁକ୍ତ ହୋଇ

ହେ' ସୁସନ୍ତାନ ଶତ ପ୍ରଣିପାତ

ପାରିବନି ମୁତ୍ୟୁଛୁଇଁ ! !


ଅମର ଆତ୍ମାର ସଦଗତି ହେଉ

ଏତିକି କାମନା ଆମ

ସରଗୁ ଓହ୍ଲେଇ ଆସିବ ହେ' ପୁଣି

ଉଦ୍ଭାସିତ ହେଵ ନାମ ! !

! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ସଦାନନ୍ଦ ସାହୁ ,( କାରା କର୍ମଚାରୀ )

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର !


Rate this content
Log in

Similar oriya poem from Tragedy