STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଆପଣାର ଗଲେ ଚାଲି

ଆପଣାର ଗଲେ ଚାଲି

1 min
348

ଯାହା ହାତ ଧରି ଚାଲିବା ଶିଖିଲି, ଶିଖିଲି ଦରୋଟି ଭାଷା

ଯାହା ଭରସାରେ ଭବିଷ୍ୟତ ପାଇଁ ଗଢି ତୋଳୁଥିଲି ଆଶା

ଯା ନାମ ସ୍ମରଣେ ଦିବସ ହୁଅଇ ଯା ନାମ ସ୍ମରଣେ ରାତି

ଯାହା ନାମ ନେଇ ସମାଜରେ ଆମ ବଢିଥାଏ ପ୍ରତିପତ୍ତି


ଅତି ଆପଣାର ସେଇ ବାପା ମୋର ମୋ ଜନ୍ମ କାରଣ ଥିଲେ

କେଡେ ବିପତ୍ତିକୁ ଡର ତ ନଥିଲା ସିଏ ଯେବେ ପାଶେ ଥିଲା

ତାଙ୍କରି ପରଶ ତାଙ୍କର ଆଶିଷ ଥିଲା ମୋର ଦୈବୀକୃପା

ସାରା ଦୁନିଆରେ ସବୁଠୁ ମହାନ ଅଟେ ମୋ ପାଇଁ ମୋ ବାପା


ନିୟତିର ଖେଳ ଅତି କ୍ରୂର କାଳ ବାପା ମୋ ଛଡାଇ ନେଲା

ଅବେଳରେ ମୋତେ ବେସହାରା କରି ବଡ ଦୁଃଖ ମୋତେ ଦେଲା

ଦୁନିଆର ରୀତି ନଥିଲି ତ ଶିଖି ହେଲି ମୁହିଁ ବେସହାରା

ବାପା ବିୟୋଗରେ ସ୍ବପ୍ନର ବିୟୋଗ ଆଶା ମୋର ମାଟି ହେଲା


ବଡ କଷ୍ଟଦାୟୀ ଅତି ଦୁଃଖମୟ ବାପା ଛେଉଣ୍ଡ ଜୀବନ

ପ୍ରତି ସୋପାନରେ ଲାଗେ ଅସହାୟ ବାପା ବିନା ଏ ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract