Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଆନନ୍ଦ

ଆନନ୍ଦ

1 min
252



ସମସ୍ତ ଆଶାର ସକଳ କାର୍ଯ୍ୟର ମୂଳ ହିଁ କେବଳ ଆନନ୍ଦ,

ଖାଇ-ପିଇ ମଜା କରୁଛି କେ ପୁଣି ଖେଳିବାରେ ପାଏ ଆନନ୍ଦ ।


ସଞ୍ଚୟ କରି କେ ଆନନ୍ଦ ପାଉଛି ଖର୍ଚ୍ଚରେ ପାଏ କେ ଆନନ୍ଦ,

ହସି ହସାଇ କେ ରସେଇ ମଜେଇ ଦେଇ-ନେଇ ପାଏ ଆନନ୍ଦ ।


କହି କହିକଥା ଶୁଣିଶୁଣି ଗୀତ-ନାଚରେ ପାଏ କେ ଆନନ୍ଦ,

ବୁଲାବୁଲି କରି ପର୍ଯ୍ୟଟକ ହୋଇ ଆଉ କେ ପାଏ ଆନନ୍ଦ ।


ବନ୍ଧୁ ମିଳନରେ ପଢାପଢି କରି ଅନେକ ପାଆନ୍ତି ଆନନ୍ଦ,

ଗପ-ଗୀତ ଲେଖି କବି ନିଜେ ପଢି ପାଆନ୍ତି ଅପାର ଆନନ୍ଦ ।


ନିଜେ ହଜିବାରେ ଖୋଜି ପାଇବାରେ ସବୁଥିରେ ଥାଏ ଆନନ୍ଦ,

ଦେବାରେ-ସେବାରେ-ତ୍ୟାଗରେ-ପ୍ରେମରେ ଲୁଚି ରହିଥାଏ ଆନନ୍ଦ ।


ସୌନ୍ଦର୍ଯ୍ୟ କରଣ ସଫା-ସୁତର ବି ଦେଇଥାଏ ବହୁ ଆନନ୍ଦ,

ବୋକା-ଅଳସୁଆ ଶୋଇଶୋଇ ସ୍ଵପ୍ନ ଦେଖି ପାଉଥାଏ ଆନନ୍ଦ ।


ପାଇବାରେ ସିନା ସୁଖ ମିଳିଥାଏ ଦାନକଲେ ମିଳେ ଆନନ୍ଦ,

ଆନନ୍ଦର ଅର୍ଥ ବୁଝିନାହିଁ ଯିଏ ସେ କାହୁଁ ପାଇବ ଆନନ୍ଦ ?



Rate this content
Log in

Similar oriya poem from Inspirational