Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Romance

3  

Chaturbhuja Sahoo

Romance

ଆଙ୍କିବା ପ୍ରେମର ଚିତ୍ର

ଆଙ୍କିବା ପ୍ରେମର ଚିତ୍ର

1 min
109



ତମ ପ୍ରେମ ନିଶା  ଥିଲା ଭୟ ମିଶା

   ଶାଶ୍ବତ କେମିତି କୁହ,

ପ୍ରୀତି ପିଆଲାର  ପରଶରେ ପରା

  ଖୋଜୁଥିଲ ଖାଲି ଦେହ ।

ଦେହ ମନ ଯଦି    ପବିତ୍ର ବନ୍ଧନ

    ଏକକାର ଯାଏ ହୋଇ,

ନୈସର୍ଗିକ ସୁଖ    ଶାନ୍ତିର ସମ୍ଭାର

    ବରଷଇ ପରା ତହିଁ ।

ଶାସ୍ତ୍ର କହିଥାଏ   ପରକୀୟା ପ୍ରୀତି

     ନିଶ୍ଚିତ ମହାପାପ,

ଯେବେ ଦେହମନ  ଖୋଜେ ଆତ୍ମୀୟତା 

    ସେକଥା ଟିକିଏ ଭାବ ।

ଶାଶ୍ବତ ପ୍ରେମରେ   ନଥାଇ ଦ ସନ୍ଧି

    ଯହିଁ ମନର ମିଳନ,

ସେହି ସୁଖେ,ସୁଖୀ  ହ୍ବନ୍ତି ଯେଉଁ ପ୍ରେମୀ

    ପ୍ରେମ ନୁହଁ ଅକାରଣ ।

ପ୍ରେମ ରେ ନଥାଏ  ଫନ୍ଦି କି ଫିକର 

   ନୁହଁ ସେତ ଦେହାତୀତ,

ଦେହ ମନ ପରା    ଅଟଇ ଅଭିନ୍ନ 

    ପ୍ରେମ ଶହେ ଭାଗ ସତ ।

ଆସ ଗୋ ସଜନୀ ମୋ' ଅଙ୍କ ଶାୟିନୀ

    ଗାଇ ପ୍ରୀତି ପୁଲକିତ,

ମନ କୋଣାରକେ ଚଉଷଠି ବନ୍ଧେ

    ଆଙ୍କିବା ପ୍ରେମର ଚିତ୍ର ।




Rate this content
Log in

Similar oriya poem from Romance