STORYMIRROR

Bijay Prusty

Action

4  

Bijay Prusty

Action

ଆମକୁ ବଞ୍ଚିବାକୁ ଦିଅ

ଆମକୁ ବଞ୍ଚିବାକୁ ଦିଅ

1 min
275


ଆଦିବାସୀଟେ ମୁଁ ଜଙ୍ଗଲ ଭୂଇଁରେ

ଘରଟିଏ କରି ରୁହେ

ଜଙ୍ଗଲର କନ୍ଦ ମାଣ୍ଡିଆ ପେଜ ରେ

ଦିନ ମୋର କଟିଯାଏ I


ବଡଲୋକ ହେବା କଥା ମୁଁ କେବେ ବି

ଭାବିନାହିଁ ସପନରେ

ମାଟିମାଆ ମୋତେ ଖୁସିରେ ଯା ଦିଏ

ଚଳିଯାଏ ଆନନ୍ଦରେ I


ତୁମେମାନେ ସବୁ ଲୁଣ୍ଠକ ଦଳ

ମାଓବାଦୀ ନାମେ ଆସି

ଜଙ୍ଗଲକୁ ଆମ କଲ ଚରାଭୂଇଁ

ଲୁଣ୍ଠିଲ ଆମର ଖୁସି I


ଆମ ଝିଅ ବୋହୁ ଇଜ୍ଜତ ଲୁଟିଲ

ପିଲାଙ୍କୁ ଭୁଲାଇ ନେଲ

ତୁମକଥା ଯିଏ ନମାନିଲା ତାର

ତଣ୍ଟି କାଟି ଫିଙ୍ଗିଦେଲ I


ହାତଯୋଡି ଆଜି କହୁଛି ତୁମକୁ

ମୂଖ୍ୟ ସ୍ରୋତେ ମିଶିଯାଅ

ଜଙ୍ଗଲି ମଣିଷ ଆମେରେ ଆମକୁ

ବଞ୍ଚିବାକୁ ଟିକେ ଦିଅ I

        


Rate this content
Log in

Similar oriya poem from Action