STORYMIRROR

Tapan Dixit

Inspirational

2  

Tapan Dixit

Inspirational

‘ଆମେରେ ଓଡ଼ିଆ’

‘ଆମେରେ ଓଡ଼ିଆ’

1 min
12.9K


ଦୁର୍ବାର ଆମେ ଦୁର୍ଜୟ ଆମେ

ଦୁରନ୍ତ ଆମ ଗତି

ଆମେରେ କଳିଙ୍ଗ ବୀର ପୁଙ୍ଗବ

ବାହୁରେ ଅସୀମ ଶକ୍ତି ,

ଘୁଞ୍ଚିବା ନାହିଁ ଜାତକେ ଆମର

ଘନଘଟା ଆସୁ ଯେତେ

କଙ୍କର ଅବା କୁସୁମ ଯାହା ବି

ରହି ଥାଉ ଚଲା ପଥେ

ଆସନ୍ତା କାଲିର ଆମେରେ ସୈନିକ

ଜନନୀର ବରାଭୟ

‘ଆମେରେ ଓଡ଼ିଆ’ ବିଶ୍ୱ ଚେତନାରେ

ଶାନ୍ତିର ବାର୍ତ୍ତା ବହ .. ।।

ତପନ ଦୀକ୍ଷିତ(ବେଳାଭୂମି) 12.12.2017

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational