STORYMIRROR

Suresh chandra Padhy

Children

3  

Suresh chandra Padhy

Children

ଆମେ ଶିଶୁ

ଆମେ ଶିଶୁ

1 min
15


ଆମେ କୁନି କୁନି ଶିଶୁ ଏଇ ବିଦ୍ୟାଳୟର

ବାର୍ଷିକ ଉତ୍ସବ ତ ଆଜି ଆସିଛି ଆମର


ଗୁରୁ ଜି ଗୁରୁ ମା ଆମ କରନ୍ତି ପରିଶ୍ରମ

ଯାହା ଙ୍କ ପାଇଁ ଆମ ବଢିଛି ସୁନାମ


 

ନାଚିବୁ ଗାଇବୁ ଆମେ ଆଉ ନ କରି ଉଛୁର

ଆସିଛ ଅତିଥି ଗଣ ସ୍ଵାଗତ କରୁ ତୁମର


ପିତା ମାତା ଙ୍କ ଆଶା ପୂରଣ କରିବୁ

ଭଲ କାମ କରି ଦେଶରେ ଆଗେଇବୁ


ପାଠ ପଢାରେ ରହି ଥିବ ମନ ଯେ ଆମର

ଗୌରବ ରଖି ଯିବୁ ଆମେ ଏଇ ଜାତିର


ସାଙ୍ଗ ସାଥି ହୋଇ ଏକତା କୁ ରଖି ଥିବୁ

ଗୁରୁ ଜନ ଙ୍କ ପାଦେ ଆମେ ଭକତି କରିବୁ


ସ୍ନେହ ପ୍ରେମ ଡୋରି ରେ କରିଥିବୁ ନିଜର

ଆମରେ କୁନି ଶିଶୁ ଭବିଷ୍ଯତ ଦେଶର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children