ଆମେ ଶାନ୍ତିରେ ପାରନ୍ତେ ରହି
ଆମେ ଶାନ୍ତିରେ ପାରନ୍ତେ ରହି
ବୋଧେ ଶରତ ଯାଇଛି ହଜି,
ଋଦ୍ରଙ୍କ ପ୍ରକୋପ ବଢ଼ି ବଢ଼ି ଚାଲେ,
କବି ପାରେ ନାହିଁ,
ଭାବରେ ହଜି ।
ଶରତ ର ସଂଧ୍ୟା ଫୁଲଙ୍କର ଶୋଭା,
ଭରୁନାହିଁ ଆଉ ପ୍ରୀତି ପିଆଲାରେ ମହୁ,
ଗୋଧୂଳି ଆକାଶ ଦିଶେନି ସୁନ୍ଦର,
କବି ହୁଏ ନାହିଁ ଭାବୁକ ଆଉ ।
ନିଦାଘ ଭଳି ଏ ଋଦ୍ରଙ୍କ ପ୍ରକୋପ,
କରିଦିଏ ଅସ୍ତ ବ୍ୟସ୍ତ,
ପ୍ରାଣୀ ଠୁ ମଣିଷ ଡହଳ ବିକଳ,
ହୋଇଯାନ୍ତି ଚିନ୍ତା ଗ୍ରସ୍ତ ।
ବାସେନାହିଁ ଆଉ ଭୁରୁ ଭୁରୁ ହୋଇ,
ହେନା , ବଉଳ ର ମହକ,
ସବୁ ହଜିଯାଏ ଋଦ୍ରଙ୍କ ତାପରେ,
ମନରେ ଭରେନି ପୁଲକ ।
ଯାହା ସବୁ ହୁଏ ଦୁର୍ବିପାକ ଆଜି,
ସବୁ ଏ ମଣିଷ କୃତ୍ୟ,
କଳ କାରଖାନା ବଢ଼ି ବଢ଼ି ଚାଲେ,
ମଣିଷ କାଟଇ ବୃକ୍ଷ ।
ବୃକ୍ଷ ଥିଲେ ସିନା ସବୁଜିମା ଭରି,
ଶୀତଳ ହୁଅନ୍ତା ମହୀ,
ବଢନ୍ତାନି ଆଉ ଋଦ୍ରଙ୍କ ପ୍ରକୋପ,
ଆମେ ଶାନ୍ତିରେ ପାରନ୍ତେ ରହି ।
ମମତା ମଞ୍ଜରୀ ଦାସ, ବାଲିସାହି ,କଟକ