STORYMIRROR

Kishore Nayak

Inspirational

4  

Kishore Nayak

Inspirational

ଆମେ ସବୁ ଟିକି ଟିକି ଫୁଲ

ଆମେ ସବୁ ଟିକି ଟିକି ଫୁଲ

1 min
342

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଆମେ ସବୁ ଟିକି ଟିକି ଫୁଲ

      ଏ ନୀଳ ଆକାଶ ତଳେ 

ଭରିଦେବା ଖୁସିର ମହକ 

     ଏଇ ମାଟି ମାଆର କୋଳେ ll


ଛୁଟାଇବା ପୁଲକର ଧାରା 

      ଦୁଃଖ ବେଦନାକୁ ନାଶି 

ପୋଛିଦେବା ଆଖିରୁ ଲୋତକ 

      ଦୁଃଖୀର ଦୁଃଖ ବିନାଶି ll


ତିଆରିବା କେତେ ଯେ ଦରବ 

      ଭୋକର ଦାଉ ହଟାଇ 

ଭୋକିର ଭୋକ କରିବା ଦୂର 

      ଚେନାଏଁ ହସ ଫୁଟାଇ ll


ତୋଳିଦେବା ଭରସାର ନୀଡ଼ 

      ଦୁଃଖି ମଣିଷର ଲାଗି 

ଏ ଦେଶ ନର ହେବେନି କେହି 

     କଷ୍ଟ ଯାତନାର ଭୋଗୀ ll


ବଢାଇବା ଭରସାର ହାତ 

      ନିଃସ୍ୱ ମଣିଷର ପାଇଁ 

ଭରିଦେବା ବଞ୍ଚିବାର ଆଶା 

      ସବୁରି ପ୍ରାଣକୁ ଛୁଇଁ ll


ଏଇ ଦେଶ ଜନତାର ଲାଗି 

    ତୋଳି କେତେ ଅନୁଷ୍ଠାନ 

ସେବା କରି ଦେଶ-ମାତୃକାର 

     ଧନ୍ୟ କରିବା ଜୀବନ ll


କ୍ଷୁଦ୍ର ଭାବନାରେ ନ ମଣିବା 

     ନିଜକୁ ଯେ ଅତି ସାନ 

ଦେଖାଇବା ଦୁନିଆକୁ ଆମେ 

      ଏକ ବିରାଟ ସନ୍ଧାନ ll

--------********---------

    



Rate this content
Log in

Similar oriya poem from Inspirational