Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ଆମେ ସ୍ୱାଧୀନ ଭାରତ ସନ୍ତାନ

ଆମେ ସ୍ୱାଧୀନ ଭାରତ ସନ୍ତାନ

1 min
200


କେ ଗଢିଲେ ତାକୁ ମମତା ରଙ୍ଗରେ

  ହେଲା ସର୍ବ ଆପଣାର 

କେଉଁଠୁ ଆଣିଲେ ବାଛି ବାଛି ରଙ୍ଗ

  ନାମ ତ୍ରିରଙ୍ଗା ତାହାର ।


ପରିକଳ୍ପନା ଯେ କରିଲେ ପ୍ରଥମେ

 ତାଙ୍କୁ ପ୍ରଣମଇଁ ମୁହିଁ 

ଧର୍ମନିରପେକ୍ଷ ରାଷ୍ଟ୍ରରେ ସଭିଙ୍କୁ

  ତ୍ରିରଙ୍ଗା ଶାନ୍ତି ଦିଅଇ ।


ନାହିଁ ଜାତି ଧର୍ମ ଉଚ୍ଚ ଅବା ନୀଚ୍ଚ

  ଧନୀ ଗରୀବର ଭାବ 

ଗୋଟେ ମାଆ କୋଳେ ତ୍ରିରଙ୍ଗାର ତଳେ

  ରଖି ସଦା ସଦଭାବ ।


ଅଗଷ୍ଟ ଚଉଦ ରାଇସିନା ଦୁର୍ଗ

  ପାଞ୍ଚଲକ୍ଷ ସନ୍ତାନରେ 

ଲାଲ୍ ବାହାଦୂର ଉଡାଇଲେ ଧ୍ୱଜା

  ତ୍ରିରଙ୍ଗା ହସି ଉଡେରେ ।


ସାହସ ଓ ଶାନ୍ତି ବିଶ୍ୱାସକୁ ନେଇ

  ତ୍ରିରଙ୍ଗା ଗଠିତ ହେଲା 

ସବୁଜ ଧବଳ ନାରଙ୍ଗୀ ମଝିରେ

  ଚବିଶ ଅର ରହିଲା ।


ଭାରତୀ କେନ୍ଦ୍ରରେ ଚତୁପାର୍ଶ୍ୱେ ଆମେ

  ଘେରି ରହନ୍ତି ସନ୍ତାନ 

ତ୍ରିରଙ୍ଗା ଆମର ଆମେ ତ୍ରିରଙ୍ଗା ର 

   ଆମ ଭାରତ ସ୍ୱାଧୀନ ।



Rate this content
Log in

Similar oriya poem from Inspirational