STORYMIRROR

ମିତା ପଟନାୟକ

Abstract

4  

ମିତା ପଟନାୟକ

Abstract

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
23K

ପୁଣି ଆସିବ ଆଉ ଏକ ନୂତନ ସୂର୍ଯ୍ୟଦୋୟ,,

ସଞ୍ଚାରି ଦେବ ଆଶା ର ଆଉ ଏକ ବୀଜ 

ଭାଙ୍ଗି ପଡିଥିବା ଅଂଟା ସଳଖି ଠିଆ ହେବ 

ଦବିଯାଇଥିବା ମନ ସତେଜ ହେବ 

ଲିଭି ଯାଇଥିବା ବତୀ ଜଳିବ 

ଉଜୁଡି ଯାଇଥିବା ସଂସାର 

ପୁଣି ଯୋଡ଼ା ଯିବ 

ହଜିଯାଇଥିବା ଚିଜ 

ବତୁରି ଯାଇଥିବା ଶେଜ 

ପୁଣି ଫେରିବ

କେତେ ଝଡ଼ ଯାଇଛି 

ଅମ୍ପନ ବି ଯାଇଛି ତା ବାଟରେ 

କିଛି ସମୟ 

କିଛି ମୁହୂର୍ତ୍ତ 

କିଛି ପ୍ରହର 

ଚାପି ଧରିଥିଲା 

ଖୁବ ଜୋର ରେ ବୁଲେଇ ନେଲା 

ମୁଣ୍ଡ ଝାଇଁ ଝାଇଁ ହେଲା 

ପାଦ ଫସିଗଲା ଓଦା ମାଟିରେ 

ଚୁଲି ରେ ପାଉଁଶ ବଦଳେ 

ଭଉଁରି ଖେଳିଲା ପାଣି 

ପ୍ରକୃତି ପାଖେ ରହିଲୁ ସଭେ ୠଣୀ

ହେଲେ ଆମେ ପରା ଓଡିଶାବାସି 

ବଡ଼ ସାହସୀ

ଭାଇ ଭଉଣୀ କହ କାହାଣୀ

ଡର କାହାକୁ ଭୟ କାହାକୁ 

ଇଶ୍ୱର ଅଛନ୍ତି ଚୌବାହାକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract