STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ଆମେ ଓ ଆମ ପରିବେଶ

ଆମେ ଓ ଆମ ପରିବେଶ

1 min
14K


ପରିବେଶ ପ୍ରଦୂଷଣ ବିଶ୍ବ ବିପଦ କାରଣ

ବେଳୁ ହୁଅ ସାବଧାନ ବିିଜ୍ଞ ମାନବ

କରି ତା'ର ପ୍ରତିକାର ସମସ୍ୟାକୁ କର ଦୂୂୂର

ତେବେ ଯାଇ ଧରା ବକ୍ଷେ ରହିିବ ଜୀବ

ପରଷ୍ପର ପରିପୂରକ

ଏକ ନଷ୍ଟ ହେଲେ ଆନେ ମିଳଇ ଦୁଃଖ।


ପ୍ରକୃତି କରିଛି ଦାନ ବଞ୍ଚିବାର ଉପାଦାନ

ଅଣଦେଖା ନକର ହେ ସୁୁୁୁଧି ମାନବ

କୃୃୃତ୍ରିିିମେ ନଦେଇ ମନ ପରିବେଶେ ଦିଅ ଧ୍ୟାନ

ନିିିଜ ହିିତେ ସାଜ ନାହିଁ ରୁକ୍ଷ ଦାନବ

ବାୟୁ ଜଳ ରହିଲେ ସୁୁୁୁସ୍ଥ

ସବୁଜ ସୁନ୍ଦର ହେବ ଏହି ମରତ ।


କଳକାରଖାନା ଜଳ ଜୀବଜନ୍ତୁଙ୍କର ମଳ

ପଚାଶଢା ଶବ ଯଦି ଜଳରେ ମିଶେ

ଗାଡି ମଟରର ଧୂଆଁ ବଣରେ ଲଗାଇ ନିିିଆଁଁ

ଚାଷବାସ କରିବାକୁ ମାନବ ରସେ

ପରିବେଶ ହୁଏ ଦୂଷିତ

ସମୟ ଆଗରୁୁ କର ତା ପ୍ର।ୟଶ୍ଚିତ ।


କାଚ ପଲିଥିନ ଥଳି ବିପଦ ଆରେକୁ ବଳି

ଇ-ଆବର୍ଜନା ଏବେ ଚିିନ୍ତା କାରଣ

ବିିିଘଟନ ବଡ କଷ୍ଟ ପରିିବେଶ କରେ ନଷ୍ଟ

ବ୍ୟବହାର କରିବାକୁ କର ବାରଣ

ଲାଗିିିଯାଏ ନିୟୁତ ବର୍ଷ

ଛଡାଇ ନିଏ ଆମରି ମୁୁୁଖରୁ ହର୍ଷ ।


ପରିବେଶ ପ୍ରଦୂଷଣ ଅନେକ ରୋଗ କାରଣ

ଆଜମା ଓ ଶ୍ବାସ କାଶ କାମଳ ଭୋଗ

ବିିିଶ୍ବ ଉତ୍ତାପନ ଅମ୍ଳ ବରଷା ଓଜୋନ କ୍ଷୟ

କୀରତିରାଜିରେ ଦେଖ ଲାଗେ ପରାଗ

ବେଳଥାଉଁ କର ଦମନ

ଅବେଳରେ ଯିବ ନାହିଁଁ କେବେ ପରାଣ।


କରି ଜଳ ପ୍ରତିକାର ପିିଅ ସ୍ବଚ୍ଛ ପୟ ନୀର

ଧୂୂଳିଧୂଆଁ ଠାରୁ ବାବୁ ରୁୁୁହ ଦୂରରେ

ଘରେ ଘରେ ଶୌଚାଳୟ ଜ୍ଞାନ ହୋଇଲେ ଉଦୟ

ପରିବେଶ ପରିଷ୍କାର ରହିବ ଧୀରେ

ବନ୍ଦ ହେଲେ ଜୀବାଣୁ ଜାତ

ତେବେ ଯାଇ ସୁୁସ୍ଥ ହେବ ଆମ ଜଗତ।


ଛୋଟ ମୋର କଥା ମାନ ଦିିଅରେ ମନ ପରାଣ

ପଲିଥିନ ବ୍ୟବହାର କର ବାରଣ

କନା ଥଳି ସାଥେ ନିଅ ଶସ୍ୟ ଫଳ ଆଣି ଯାଅ

ସାବୁୁୁନରେ ପଖାଳିବ କର ଚରଣ

ଭଲକାମେ ନକର ହେଳା

ଭବ ସାଗରରେ ହରି ରଖିବେ ଭେଳା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational