STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ଆମେ ନୂତନ କଳି

ଆମେ ନୂତନ କଳି

1 min
283

ମରତ ନନ୍ଦନ ବନର ଆମେ ନୂତନ କଳି

ଜଗତେ ଆନନ୍ଦ ଭରିବୁ ମଧୁ ମହକ ଢାଳି ।

ଭାନୁ ସମ ପ୍ରାୟ ଭୁବନେ ଭରି ସମତା ଭାବ

ଜାତି ଧରମର ଉର୍ଦ୍ଧ୍ବରେ ଜାଣ ଆମ ସ୍ବଭାବ ।

ଜଗତ ଜୀବଙ୍କ ସେବାରେ ଢାଳି ମନ ପରାଣ

ଅସତ୍ୟ ହିଂସାଠୁ ଦୂରେଇ ନେବୁ ସତ୍ୟ ଶରଣ ।

ପ୍ରଗତି ରଥର ସାରଥୀ ହେବୁ ସ୍ବାର୍ଥକୁ ଭୁଲି

ସଭିଙ୍କ ଓଠରେ ସୁଖର ଯିବ ଫରୁଆ ଖୋଲି ।

ପ୍ରେମରେ ଜିଣିବୁ ହୃଦୟ ସତ୍ୟ ଆମ ବଚନ

ତରବାରୀ ଜୟ କ୍ଷଣିକ ନିଏ ଧନ ଜୀବନ ।

ଘର୍ମ ଢାଳି ଶ୍ରମ କରିବୁ ଗଢି ନୂଆ ସଂସାର

ଭାଇଚାରା ଭାବ ମହକ ବିଶ୍ବେ ହେବ ପ୍ରସାର ।

ଧନୀ ଗରିବର ପାଚେରୀ ଭେଦଭାବ ବିଚାର

ଭୁଷୁଡି ପଡିବ ଅଚିରେ ସର୍ବେ ହେବେ ଉଦ୍ଧାର ।

ନ ରଖିବୁ ହୃଦ କନ୍ଦରେ ଇର୍ଷା ଅସୂୟା ଭାବ

ପିତାମାତାଙ୍କର ଆଶିଷେ ପାରି ହୋଇବ ନାବ ।

ଜଗତ ଜୀବନ କାରଣ ଆହେ ବିଶ୍ବ କରତା

ମହକେ ଆମରି ବିତରୁ ଏହି ଶାନ୍ତି ବାରତା ।


Rate this content
Log in

Similar oriya poem from Inspirational