STORYMIRROR

Anam Charan Sahoo

Abstract Inspirational Others

3  

Anam Charan Sahoo

Abstract Inspirational Others

ଆମେ ହସିଲେ

ଆମେ ହସିଲେ

1 min
257


ଆମେ ହସିଲେ ଦୁନିଆ ହସେ

ଆମେ କାନ୍ଦିଲେ ଦୁନିଆ କାନ୍ଦେ

ଆମେତ କୁନି ପରୀ

ନୁହଁନ୍ତି କେହି ସରି।


ଆମରି ଡେଣା ବହୁତ ଛୋଟ

ଯିବାକୁ ହେବ ଅନେକ ବାଟ

ଦେଉଛୁ ଖଣ୍ଡିଉଡା

ମନରେ ଆମ ନାହିଁତ ଡର

ବିଶ୍ୱରେ ଦିନେ ହୋଇବୁ ବର

ଭଲ କାମକୁ କରି

ସଭିଙ୍କ ଦୁଃଖ ହରି।


ଆଖିରେ ଭରା କେତେ ସପନ

ଉଚ୍ଚରେ ଉଡ଼େ ଆମରି ମନ

ନଦିଏ ଜମା ଧରା

ଦେଶ ପ୍ରଗତି ଆମରି ଲକ୍ଷ୍ଯ

କଳା କୌଶଳେ ହୋଇବୁ ଦକ୍ଷ

ଜ୍ଞାନ ଆୟତ କରି

କେହି ନୋହିବେ ସରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract