STORYMIRROR

Kanduri Charan Rout

Children

3  

Kanduri Charan Rout

Children

ଆମେ ଗୁରୁ

ଆମେ ଗୁରୁ

1 min
162


ଆମରି କୋମଳ

ପରଶରେ ସିନା

ଶିକ୍ଷାର ଫୁଲ ଫୁଟେ

ଦିଗ ଚହଟାଇ

ଭୂମିରୁ ଭୂମାକୁ

ସୁବାସ ତାହାର ଛୁଟେ ।


ଶିକ୍ଷା ଫୁଲ ରେଣୁ

ସବୁଠି ବିଞ୍ଚିବା

ଅଶିକ୍ଷା କରିବା ଦୂର

ହୃଷ୍ଟମନା ହୋଇ

କର୍ତ୍ତବ୍ୟ ପାଳିବା

ହେବା ନାହିଁ କେବେ କ୍ରୂର ।


ପିତାମାତା ସମ

ସ୍ନେହ ବାରି ସିଞ୍ଚି

ଭିଜାଇବା ଶିଶୁଗଣେ

ଅତି ଶରଧାରେ

ଜ୍ଞାନର ଆଲୋକ

ବିତରିବା ଜଣେଜଣେ ।


ଭକତି ଭାବନା

ହୃଦେ ଭରିଦେବା

ଈର୍ଷା ଅସୂୟାକୁ ଭୁଲି

ଶିଷ୍ୟର କଲ୍ୟାଣ

କରୁଥିବା ସଦା

ଶିକ୍ଷା ଉପବନେ ବୁଲି ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children