STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଆମ ସରି କେହି ନୁହଁ

ଆମ ସରି କେହି ନୁହଁ

1 min
198


ଆମ ମାଆପରି ଆଉ ଜଣେ କେହି ଅଛନ୍ତି କି ସ୍ନେହମୟୀ ?

ଆମ ରାଜ୍ୟ ପରି ଆଉ କେଉଁ ରାଜ୍ୟ ସଂସାର ଭିତରେ ନାହିଁ |


ଆମ ଭାଷା ପରି ଏତେ ମିଠା ଭାଷା କେଉଁ ଭାଷା ହେବ କୁହ,

ଆମ ମନ କଥା ଖୋଲି କହିପାରେ ଯେଉଁ ପାଠ ଦେବ ଦିଅ |

 

ଆମ ଜାତି ପରି ଆଉ କେଉଁ ଜାତି ସହିଛି କଷଣ ଏତେ,

ଆମରି ଠାକୁର ପରି କେ ଉଦାର ହୋଇ ପାରିବ କି ସତେ ?

 

ଆମ ପରିବାର ସୁଖର ସଂସାର ମିଳିମିଶି ଆମେ ଖାଉଁ,

ଆମ ଗଛ-ଲତା ହୁଅନ୍ତି ଦେବତା ତାଙ୍କ ସଙ୍ଗେ କଥା ହେଉଁ |

 

ଆମ ଗାଈ ମାତା ବାଘ ହୁଏ ମାମୁ ବିଲୁଆ ପିଲାଙ୍କ ନନା,

ଆମରି ବିଲେଇ ନାନୀ ହୁଏ ପୁଣି ଅଜା ଭାବେ ହାତୀ ଜଣା |

 

ଆମ ନାଚ ଗୀତ ଜଗତେ ବିଖ୍ୟାତ ମଧୁର ରାଗରେ ବନ୍ଧା, 

ଆମର ସଂସ୍କୃତି ପୂଜା ରୀତି-ନୀତି ପ୍ରକୃତି ସହିତ ଛନ୍ଦା |

 

ଆମେ ଦେଖିପାରୁ ସବୁଠି ଈଶ୍ଵର ନାରାୟଣ ଘଟେ ଘଟେ,

ଆମେ ବୁଝିପାରୁ ସଭିଏଁ ସମାନ ସବୁ ଧର୍ମ ଏକା ଅଟେ |

 

ଆମ ମୁନି-ଋଷି ସାଧୁ ସନ୍ଥ ତ୍ୟାଗୀ କହିଛନ୍ତି ଯେଉଁ ବାଣୀ,

ଆମେ ଧନ୍ୟହେଉ ସୁଖ-ଶାନ୍ତି ପାଉଁ ସେ ପୁରାଣ ଶାସ୍ତ୍ର ଶୁଣି |


 


Rate this content
Log in

Similar oriya poem from Inspirational