Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract Classics

4.5  

Pranati Panda

Abstract Classics

ଆମ ସଂସ୍କୃତି

ଆମ ସଂସ୍କୃତି

1 min
325



 ଭୁଲିଛ ସଂସ୍କୃତି ଆମ ପରମ୍ପରା

ପାଶ୍ଚାତ୍ୟ କରି ନିଜର ,

ଭୁଲିତ ଗଲଣି ଷୋଳଟି ଶୃଙ୍ଗାର

ସେ ସବୁ ହେଲାଣି ପର ।


ନୂଆ ବୋହୂ ପାଦ ରୁଣୁଝୁଣୁ ଶବ୍ଦ

ଆଉ କାନେ ଶୁଭେନାହିଁ ,

ଗୋଡ଼ର ଝୁଣ୍ଟିଆ କିଏ ପଚାରୁଛି

ପାଦରେ ପାଉଁଜି ନାହିଁ ।


କର୍ଣ୍ଣଫୁଲ କର୍ଣ୍ଣେ ଶୋଭା ପାଉନାହିଁ 

ନାକକୁ ସାଜୁନି ନୋଥ ,

ବାହୁବନ୍ଧ ସତେ ଉଭେଇ ଯାଇଛି

ପିନ୍ଧିଲେ ଲାଗେ ଅସୁସ୍ଥ ।


ଗଳେ ମଣ୍ଡୁନାହିଁ ଗଳାହାର ଆଉ

ସୀମାନ୍ତରେ ନାହିଁ ସିନ୍ଥି ,

ଶଙ୍ଖା, ଚୁଡ଼ି ହାତେ ଶୋଭା ଦିଶୁନାହିଁ

ଲଲାଟେ ନ ଲାଗେ ବିନ୍ଦି ।


କିଏ ପଚାରୁଛି ଗଭାର ଗଜରା

ମୁକୁଳା ପଡ଼ୁଛି କେଶ ,

ନାହିଁ ନାଲି ପାଟ ଅଳତା , ସିନ୍ଦୂର

ଲାଗେ ଭାରି ଅବଶୋଷ ।


ସର୍ବଦା ସମ୍ଭବ ହେଉନାହିଁ ଯଦି

କେବେ ତ ବଞ୍ଚାଅ ସ୍ମୃତି ,

ଆଜିର ରମଣୀ ଆହେ ! ଓଡ଼ିଆଣୀ

ବଜାୟ ରଖ ସଂସ୍କୃତି ।


Rate this content
Log in

Similar oriya poem from Abstract