STORYMIRROR

Pranati Jena

Children

3  

Pranati Jena

Children

ଆମ ସ୍ୱାସ୍ଥ୍ୟ ଆମ ସମ୍ପଦ

ଆମ ସ୍ୱାସ୍ଥ୍ୟ ଆମ ସମ୍ପଦ

1 min
219


ଭିନ୍ନ, ଭିନ୍ନ ଖାଦ୍ୟ ଭିନ୍ନ ଖାଦ୍ୟସାର

କେଉଁ ଖାଦ୍ୟେ ମିଳେ ଦେହେ ଉପକାର,


କ୍ଷୀର, ଲହୁଣୀ, ତେଲ,ମାଛ, ଅଣ୍ଡା ରେ

ମିଳେ ଖାଦ୍ୟେ ଭିଟାମିନ ଏ, ଏଥିରେ,ll


 ପାଉଁରୁଟି, କଲିଜା, ଡାଲି, ବାଦାମ

ଭିଟାମିନ ବି, ଭରି ଥାଏ ଉତ୍ତମ,ll


ପିଜୁଳି, ଅଁଳା,ଫଳ, ଲଙ୍କା,ପରିବା,

ସି,ଭିଟାମିନ ଏଥିରୁ ଯେ ପାଇବା ll


ମାଂସ, ଅଣ୍ଡା ଓ କଡ଼ ମାଛ ତେଲରୁ

ଭିଟାମିନ ଡି,କୁ ପାଇବା ତହିଁରୁ ll


ଧାତୁସାର ଅଟଇ ଲୁଣ ଆମର

ଦେହ ପାଇଁ ତାହା ଅଟେ ଦରକାର ll


ଖାଦ୍ୟ ସାଥେ ଜଳ ଶରୀର ବଞ୍ଚଇ

ରକ୍ତ ସାଥେ ତାହା ଯାଇଣ ମିଶଇ ll


ଶରୀର ଗଠନେ ସାହାର୍ଯ୍ୟ ତାହାରି

ରୋଗ ପ୍ରତିରୋଧକ ହୁଏ ଆମରି ll


ସ୍ନେହସାର, ଶ୍ୱେତସାର, ଜୀବସାର

ଧାତୁସାର, ପୁଷ୍ଟିସାର, ଦରକାର ll


ସୁସ୍ଥ ଜୀବନ ର ସୁଷମ ଖାଦ୍ୟ ରେ

ରୋଗ ଦୂରେଇଣ ରହିବା ସୁଖରେ ll


ଜୀବନ ଅଟଇ ଆମ ମୂଲ୍ୟବାନ

ସଦା ରଖିଥିବା ସୁସ୍ଥତାର ମାନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children