Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ଆମ ପଞ୍ଚାୟତ ଆମ ସମ୍ବିଧାନ

ଆମ ପଞ୍ଚାୟତ ଆମ ସମ୍ବିଧାନ

1 min
251


ଆମ ପରିବାର    ସମାଜ ଏକକ

     ଗଢ଼ଇ ସୁନାଗରିକ

ଆମ ପଞ୍ଚାୟତ    ରାଷ୍ଟ୍ର ପ୍ରତିରୂପ

    ସ୍ୱତନ୍ତ୍ର ଅଟେ ମୈ।ଳିକ ।


ସମାଜ କଲ୍ୟାଣ   କୈ।ଶଳ ବିକାଶ

      ନେତୃତ୍ୱ ସୁଅବସର

ସୃଜନ କରଇ     ପଞ୍ଚାୟତିରାଜ

      ଉଦ୍ଦେଶ୍ୟ ଜନମଙ୍ଗଳ ।


ମିଳଇ ଯୋଜନା   ପାଣ୍ଠି ଅର୍ଥରାଶି

     ନିଜସ୍ୱ ସମ୍ବଳୁ ଆୟ

ଉପଯୁକ୍ତ ମାର୍ଗେ    ଜନପ୍ରତିନିଧି

     କରିଥାନ୍ତି ବିନିଯୋଗ ।


ପ୍ରାଥମିକ ଶିକ୍ଷା   ସ୍ୱାସ୍ଥ୍ୟ ପରିମଳ

     ପାନୀୟ ଜଳ ପ୍ରକଳ୍ପ

ଅତି ଆବଶ୍ୟକ   ବଣ୍ଟନ ବ୍ୟବସ୍ଥା

      କରନ୍ତି ସୁବ୍ୟବସ୍ଥିତ ।


ନ୍ୟାୟ ପ୍ରଶାସନ   ଆଇନ ଶୃଙ୍ଖଳା

     ମହିଳା ଶିଶୁ କଲ୍ୟାଣ

ସୁଲଭ ସୁଷମ    ହେଉ ପଞ୍ଚାୟତ

     ନଜର ରଖଇ ତୀକ୍ଷ୍ଣ ।


ହେଉ ସମୁନ୍ନତ   ପଲ୍ଲୀ ପୁର ଗ୍ରାମ

     ଆମ ଜିଲ୍ଲା ରାଜ୍ୟ ଦେଶ

ପଞ୍ଚାୟତିରାଜ    ହୋଇବା ସୁଦୃଢ଼

      ଏଣୁ ଅଟଇ ଉଚିତ ।


ଉତ୍ତମ ସୁଯୋଗ୍ୟ    ଜନପ୍ରତିନିଧି

      କରାଯାଉ ନିର୍ବାଚନ

କାର୍ଯ୍ୟକାରୀ ହେଉ  ଫଳପ୍ରଦ ଭାବେ

     ବିଭିନ୍ନ ଯୋଜନାମାନ ।


କଲ୍ୟାଣ ମୂଳକ    ଅର୍ଥ ଧନରାଶି

     ନ ହେଉ ବାଟମାରଣା

ଅନ୍ଧ ଗୋଷ୍ଠୀସ୍ୱ।ର୍ଥେ  ବୃହତ୍ତର ହିତ

      ନହେଉଟି ବାଟବଣା ।


ଅର୍ଥ ବାହୁବଳ    ଢୋଲର ଡିଣ୍ଡିମ

     ସଭା ପ୍ରଚାର ପ୍ରସାର

ଘୋଡାର ଦଉଡ଼   ମୂଳ ପ୍ରଲୋଭନ

    ଭୋଟ ବୈତରଣୀ ପାର ।


ହେଉ ଜନସେବା   ରାଜନୀତି ଲକ୍ଷ୍ୟ

      ମୂଳନୀତି ସୁବିକାଶ

ହେଉ କୁସୁମିତ    ପଥ ଆଲୋକିତ

    ସୁନ୍ଦର ହେଉ ଭବିଷ୍ୟ ।

         


Rate this content
Log in

Similar oriya poem from Inspirational