STORYMIRROR

Debadatta Jena

Classics Inspirational Children

4  

Debadatta Jena

Classics Inspirational Children

ଆମ ଓଡିଶା..

ଆମ ଓଡିଶା..

1 min
202

ଓଡିଶା..

ଆମେ ଓଡ଼ିଆ..

କେଡେ ସୁନ୍ଦର ରାଇଜ ଆମ

କେଡେ ସୁନ୍ଦର ଭାଷା,ଓଡିଶା,

ଆମ ଓଡିଶା, ଆମେ ଓଡ଼ିଆ


କହିଲା ଦିନେ ସେ କାନେ କାନେ

ଉଠିବୁ ଆଉ ତୁ କେତେ ଦିନେ,

ପୂରୁବ ଗୌରବ ପୂରୁବ ମହିମା

ପଡ଼ୁ ନାହିଁ କିରେ ତୋର ମନେ,

ସେଇ ଓଡ଼ିଆ,ଆମେ ଓଡ଼ିଆ,

ସେହି ଓଡିଶା, ଆମେ ଓଡ଼ିଆ


ଉତ୍କଳ କମଳା ବିଳାସ ଦୀର୍ଘକା,

ମରାଳ ମାଳିନୀ ନୀଳାମ୍ଭୁ ଚିଲିକା,

ଢଳ ଢଳ ସୁନୀଳ ସରସୀ ଜଳ,

ତା ମଧ୍ୟ ଢଳ ଢଳ ସେହି କମଳ,

ସେ ଉତ୍କଳ,ଅଙ୍ଗ,ବଙ୍ଗ,କଳିଙ୍ଗ,

ସେଇ ଓଡିଶା, ଆମେ ଓଡ଼ିଆ


ରହ ରହ କ୍ଷଣେ ବାଷ୍ପୀୟ ଶକଟ,

ଦେଖିବି ଚିଲିକା ଚାରୁ ଚିତ୍ରପଟ,

ଉତ୍କଳର ନାହିଁ ନେତାଙ୍କ ଅଭାବ

ଉତ୍କଳର ନେତା ସ୍ୱୟଂ ଜଗନ୍ନାଥ,

ସେଇ ଓଡିଶା, ଆମେ ଓଡ଼ିଆ


ରାଜା ନୁହେଁ ଯିଏ ରାଜାଙ୍କ ସମାନ

ରାଜକୀୟ ଭାଷା ରାଜାର ଆସନ

କହେ ନିକିତି ତଉଲ ସାନ ବଡକୁ

ବଡ଼ ଯିଏ ସିଏ ରହେ ତଳକୁ,

ସେଇ ଓଡିଶା, ଆମେ ଓଡ଼ିଆ


ବାବୁ ନାକ ଶିରୀ ଦାନ ଯୋଗ୍ୟ

ଯେସାକୁ, ବିହର କାନନ କର

ଆଲିଙ୍ଗନକୁ, ବିଭୂଷଣ ପୁଷ୍ପେ

ଯା କାନ୍ତି ଜାଣ, ବିଭୂଷଣ କରି

କନ୍ୟାକୁ ଆଣ, ସେଇ ଓଡ଼ିଶା,

ଆମେ ସନ୍ତାନ,ଆମେ ଓଡ଼ିଆ


ମାତୃଭୂମି ମାତୃଭାଷାର ମମତା

ଯା ହୃଦେ ଜନମି ନାହିଁ, ତେବେ 

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

ଅଜ୍ଞାନ ରହିବେ କାହିଁ ସେଇ

ଓଡ଼ିଆ, ଆମେ ଓଡ଼ିଆ,ଓଡ଼ିଶା


ଗର୍ବରେ କହୁ ଆମେରେ ଗର୍ବିତ

ଆମ ପ୍ରଦେଶ ସଂଗୀତ ବଢିଆ,

ଗାଉ ବନ୍ଦେ ଉତ୍କଳ ଜନନୀ,

ବନ୍ଦେ ଉତ୍କଳ ଜନନୀ, ଚାରୁ

ହାସମୟୀ,ଚାରୁ ଲାସ୍ୟ ମୟୀ,

ଜନନୀ,ଜନନୀ, ଜନନୀ,

ବନ୍ଦେ ଉତ୍କଳ ଜନନୀ,ଓଡ଼ିଶା,

ଆମେ ଓଡ଼ିଆ, ଆମ ଓଡିଶା


ଧନ୍ୟ ସେ ମାଟି, ଧନ୍ୟ ଓଡିଶା

ଯା ପାଇଁ ଗର୍ବ ହୁଅଇ ମଥା,

ଚୋଡ଼ ଗଂଗ ଦେବ, ନରସିଂହ

ଦେବ କୋଣାର୍କ, ବଡ଼ ଦେଉଳ

ଗାଥା,ସେ ଓଡ଼ିଆ,ଆମ ଓଡିଶା,

ବ୍ୟାସ,ପଞ୍ଚ ସଖାଙ୍କ ଅବଦାନ ଯେ

ଭୂଲି ହୁଏନି ଜମା, ସେ ଓଡ଼ିଆ,

ଓଡିଶା,ଆମେ ଓଡ଼ିଆ,ଓଡିଶା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics