ଆମ ମାତୃଭାଷା
ଆମ ମାତୃଭାଷା
ମାତୃଭାଷା ଆମ ହଜିତ ଗଲାଣି
ଅଧୁରା ଇଂଗ୍ରାଜୀ କହୁ ।
ବାପା ମାଆ ଡାକ ଲିଭି ଲିଭି ଯାଏ
ଡାଡି, ମମି ଆମେ କହୁ ।।
ଆମ ଶିକ୍ଷା ଆମ ସଂସ୍କୃତିକୁ ଆମେ
ନିର୍ଭୟରେ ଭୁଲିଯାଉ ।
ଆମେ ଚାହୁଁ ଆମ ପାଶ୍ଚାତ୍ୟ ସଭ୍ୟତା
ଅତ୍ୟନ୍ତ ସୁନ୍ଦର ଥାଉ ।।
ଇଂଗ୍ରେଜ ଆମକୁ ଗୋଲାମ କରିଲେ
ଘୃଣା କରୁ ଆମେ ତାଙ୍କୁ ।
ସ୍ବାଧୀନତା ପରେ ତାଙ୍କ ଭାଷା ରଖି
ତଡିଦେଲୁ ଆମେ ତାଙ୍କୁ ।।
ତାଙ୍କ ଫୁଲ ଡ୍ରେସ୍ ପସନ୍ଦ ଆମର
ଧୋତି କୁର୍ତ୍ତା ଗଲା ଚୁଲିକି ।
ଆଉ ଅଳ୍ପ ଦିନେ ଶାଢି ଉଭେଇ କି
ଇତିହାସ ନେବ ନାଁ କି ? ।।
ଜିନ୍ସ ପ୍ୟାଣ୍ଟ ଆଉ ଟି ସାର୍ଟ ପିନ୍ଧି
ମହିଳା ସ୍ମାର୍ଟ ହୁଅନ୍ତି ।
ନିକମା ପୁରୁଷ ହାବୁଡ଼ରେ ପଡି
ନିଜକୁ ତ ବଳି ଦିଅନ୍ତି ।।
ଆମ ସାହିତ୍ୟକୁ ଆମେ ବୁଡାଉଛୁ
ହଜି ଯାଏ ମାତୃଭାଷା ।
ଆମ ପରମ୍ପରା କେତେ ଯେ ମହାନ୍
ଠିକ୍ ସେ କହୁନା ଭାଷା ।।
ନିଇତି ଅଧୁରା ଇଂଗ୍ରାଜୀ କହି କି
ଆମେ ଚିନ୍ତା କରୁ ମନେ ।
ଇଂଗ୍ରାଜୀ କହି କି ସାହେବ ହେଇଛୁ
ଗର୍ବ କରୁ ମନେ ମନେ ।।
ଆଜି ଆମ ପାଖେ ପହଞ୍ଚି ଯାଉଛି
ଷ୍ଟୋରି ମିରର୍ ର ଲିଙ୍କ୍ ।
ବୁଡି ବନି ଆଉ ମାତୃଭାଷା ଆମ
ବିଶ୍ୱାସ ଆସିଛି ସଭିଙ୍କି ।।
