STORYMIRROR

Satyabati Swain

Classics

3  

Satyabati Swain

Classics

ଆମ ଗାଁ ମଶାଣୀ

ଆମ ଗାଁ ମଶାଣୀ

1 min
161

ଆମ ଗାଁ ମଶାଣୀ


ଗୋଟେ ଗୋଟେ ଚୁଟି ଧଳା ହେଲାଣି

ଆଖି ତଳ କଳା ପଡ଼ିଗଲାଣି

କଞ୍ଚା ବୟସଟା ପାଚିଲା ହେବାକୁ

ଅଲିତା ଲଗାଇ ବସି ଗଲାଣି।


ସକାଳ ଧୂପଟି ଶେଷ ହେଲାଣି

ମଧ୍ୟାହ୍ନ ଖରା ଟାଇଁ ଟାଇଁ ମାରିଲାଣି

ଜୀବନ ସୂର୍ଯ୍ୟ ଆସ୍ତେ ଆସ୍ତେ ଦେଖ 

ପଶ୍ଚିମ ଆଡକୁ ମୁହଁ କଲେଣି।


ସ୍ବପ୍ନର ରଙ୍ଗ ଫିକା ଫିକା ଦିଶିଲାଣି

ଯୌବନରେ ଝୁଣା ମରିଲାଣି

ସମୟ କହୁଛି ଅଟ ହାସ୍ୟ କରି

 ଖୋଜ ଶେଷ ଠିକଣା କେଉଁ ମଶାଣୀ।


ଭିଟା ମାଟି ମୋର ମିଠା ଗାଁ ମାଟି 

ତା କୋଳରେ ଅଛି ଯେଉଁ ମଶାଣୀ

ଚିରନିଦ୍ରାରେ ପୂର୍ବ ପୁରୁଷ ମୋ

 ଶୋଇ ରହିଛନ୍ତି ଯେଉଁଠି ପୁଣି।


ମୃତ୍ୟୁ ଧ୍ରୁବ ସତ୍ୟ ଏ ମହି ମଣ୍ଡଳେ

ଅଭିନୟ ଯେବେ ଏଠୁ ସରିବ

ମଶାଣୀ ଟି ସଭିଙ୍କର ସେତେବେଳେ

ସ୍ଥାୟୀ ଠିକଣା ଟେ ନିଶ୍ଚିତ ହେବ।


ଗାଁ ମଶାଣୀ ମୋ ମା ମଶାଣୀ ଟି

ପୂରୁବ ପିତୃ ପୁରୁଷ ଯହିଁ ଅଛନ୍ତି

ସରଗଦ୍ୱାର ଗାଁ ମଶାଣୀ ମୋହର

ଇପ୍ସା ଜଳା ହେବି ଦିନେ ସେଇଠି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics