ଆମ ଦେଶ ପରି
ଆମ ଦେଶ ପରି
ଆମ ଦେଶ ପରି ସରସ
ଦେଶ ନାହିଁ ବିଶ୍ବରେ
ଅନେକ ମଧ୍ୟରେ ଏକତା
କାହିଁ ଦେଖିଛ ନରେ
ହିନ୍ଦୁ, ବୌଦ୍ଧ,ଶିଖ୍,ଇସାଇ
ପୁଣି ମୁସଲମାନ
ଦେଶ ପ୍ରଗତିର ପୂଜାରୀ
ଏଠି ସର୍ବେ ସମାନ
ସବୁରି ମୁଖରେ ଭାରତ
ଶୁଣେ ମାଆର ଡାକ
ମିଳିମିଶି ସର୍ବେ ଚଳିଲେ
ପାଏ ଅପାର ସୁଖ
ବିପଦ ବେଳରେ ସଭିଏଁ
ହସ୍ତେ ହସ୍ତ ମିଳାଇ
ବଇରି ଶିକାର କରନ୍ତି
ନିଜ ପରାଣ ଦେଇ
ପ୍ରେମ, ଦୟା, ଶାନ୍ତି,କ୍ଷମାର
ଏଠି ଆଦର ବହୁ
ଅସି ଠାରୁ ମସୀ ଭାଷାର
ପ୍ରାଣକେନ୍ଦ୍ରଟି ଏହୁ
ବୁଦ୍ଧ, ଗାନ୍ଧିଜୀଙ୍କ ଅହିଂସା
ହୁଏ ବିଶ୍ବେ ପ୍ରସାର
ଆଧ୍ୟାତ୍ମିକ ଜ୍ଞାନ ଜଗତେ
ଆମେ ବୋଲାଉ ବର
ଦେଶପ୍ରେମ ଆମ ସମ୍ବଳ
ହୃଦେ ରଖିବା ଧରି
ନଡରିବା ନାଲି ଆଖିକି
ଭୟ ମନରୁ ହରି
