STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଆମ ଦେଶ ପରି

ଆମ ଦେଶ ପରି

1 min
245

ଆମ ଦେଶ ପରି ସରସ 

               ଦେଶ ନାହିଁ ବିଶ୍ବରେ

ଅନେକ ମଧ୍ୟରେ ଏକତା

               କାହିଁ ଦେଖିଛ ନରେ

ହିନ୍ଦୁ, ବୌଦ୍ଧ,ଶିଖ୍,ଇସାଇ

                ପୁଣି ମୁସଲମାନ

ଦେଶ ପ୍ରଗତିର ପୂଜାରୀ

               ଏଠି ସର୍ବେ ସମାନ

ସବୁରି ମୁଖରେ ଭାରତ

               ଶୁଣେ ମାଆର ଡାକ

ମିଳିମିଶି ସର୍ବେ ଚଳିଲେ

                ପାଏ ଅପାର ସୁଖ

ବିପଦ ବେଳରେ ସଭିଏଁ

                ହସ୍ତେ ହସ୍ତ ମିଳାଇ

ବଇରି ଶିକାର କରନ୍ତି

               ନିଜ ପରାଣ ଦେଇ

ପ୍ରେମ, ଦୟା, ଶାନ୍ତି,କ୍ଷମାର

                ଏଠି ଆଦର ବହୁ

ଅସି ଠାରୁ ମସୀ ଭାଷାର

                ପ୍ରାଣକେନ୍ଦ୍ରଟି ଏହୁ

ବୁଦ୍ଧ, ଗାନ୍ଧିଜୀଙ୍କ ଅହିଂସା

                ହୁଏ ବିଶ୍ବେ ପ୍ରସାର

ଆଧ୍ୟାତ୍ମିକ ଜ୍ଞାନ ଜଗତେ

               ଆମେ ବୋଲାଉ ବର

ଦେଶପ୍ରେମ ଆମ ସମ୍ବଳ

               ହୃଦେ ରଖିବା ଧରି

ନଡରିବା ନାଲି ଆଖିକି

                ଭୟ ମନରୁ ହରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract