STORYMIRROR

Pt.Abhaya Kumar Tripathy Sharma

Tragedy

4  

Pt.Abhaya Kumar Tripathy Sharma

Tragedy

ଆମ ଚଷାଭାଇ

ଆମ ଚଷାଭାଇ

1 min
353


ବରଷା ହେଉକି ଖରା l ଉତ୍ତପ୍ତ ହେଉବା ଧରା l

ଝାଞ୍ଜି ବହୁକି ବୈଶାଖୀ l ଡରେନାହିଁ କେବେ ଦେଖି l

ଶୀତ ହେଉକି କାକର l କରେନା ତିଳେ ଖାତର l

ବାତ୍ୟା କିବା ଲଘୁଚାପ l କରେନା ସେସବୁ ମାପ l

ସବୁକିଛି ଭଲପାଏ l ହଳ ସାଙ୍ଗେ ସଦା ଥାଏ l

କେତେବେଳେ ବା କୋଦାଳ l ଆଉସବୁ ହତିଆର l

ପ୍ରେମକରେ ସବୁଜିମା l ଡରେନାହିଁ କେବେ ଜମା l

ପାଚିଲା କ୍ଷେତ କୁଣ୍ଢାଏ l ଆଲିଙ୍ଗନ କରୁଥାଏ l

ଅନ୍ୟର ଫସଲ ଦେଖି l କେବେସେ ହୁଏନି ଦୁଃଖୀ l

ଅଳ୍ପ ବହୁତ ପରଖ l ନଥାଏ ତାଠାରେ ଦେଖ l

ଧୋଇ ହେଉକି ମରୁଡି l ନଯାଏ କର୍ମକୁ ଛାଡି l

ମୁହଁ ଅନ୍ଧାର ବେଳରୁ l ସଂନ୍ଧ୍ୟାରେ ଫେରେ କ୍ଷେତରୁ l

ଲାଭ କ୍ଷତିର ବିଚାର l ନଥାଏ କେବେ ତାହାର l

ବାପୁଡ଼ା ବୋଲନ୍ତି ତାକୁ l ଖାଦ୍ୟ ଯୋଗାଏ ଆମ୍ଭଙ୍କୁ l

ସଂସାର ଯାକର ଦୁଃଖ l ଆପଣାଏ ମଣି ସୁଖ l

ଭଲଖଣ୍ଡେ ପିନ୍ଧେନାହିଁ l ଭଲରେ ନପାଏ ଖାଇ l

ଶୋଇବା ବିଛଣା ତାର l ଛିଣ୍ଡାକନ୍ଥା ମସିଣାର l

ଭଙ୍ଗାରୁଜା କୁଡ଼ିଆରେ l ସୂର୍ଯ୍ୟ ଚନ୍ଦ୍ର ଗତିକରେ l

ବରଷା ଆସିବ ଯେବେ l ଲହଡା ଖେଳିବ ତେବେ l

ଏମନ୍ତ ଦୁଃଖରେ ଥାଏ l ଆମ ଚଷାଭାଇ ସିଏ l


Rate this content
Log in

Similar oriya poem from Tragedy