ଆମ ବନ୍ଧୁତ୍ୱ
ଆମ ବନ୍ଧୁତ୍ୱ
ବନ୍ଧୁତ୍ୱ ଥିଲା ମୋ କେଡେ ସୁନ୍ଦର
କରିନି କେବେ ସେ ଆମକୁ ଦୂର l
ଦର୍ପଣ ପରି ସେ କହିଛି ସତ
ଛାଇ ପରି ପାଖେ ରଖି ଗୁରୁତ୍ୱ l
ଜୀବନେ ଦେଖେତ କେତେ ନିଜର
ସାଙ୍ଗ ପରି କେହି ନାହିଁ ନଜର l
ମନ ମାଳିନରେ ଅନେକ କଟି
ଆଙ୍ଗୁଳି ଛନ୍ଦି ସେ ଯାଇଛି ଫିଟି l
ବାଜି ଥିଲା ଯେବେ ମୋ ସ୍କୁଲ ଘଣ୍ଟି
ଖାଇଛୁ ସାଙ୍ଗରେ ଟିଫିନ ବାଣ୍ଟି l
ଥିଲା ଆମ ମଧ୍ୟେ ସୁବର୍ଣ୍ଣ ସେତୁ
ସଂଯୋଗ ଥିଲା ସୁ-ସମ୍ପର୍କ ହେତୁ l
ସମୟ ଗତିରେ ଗଡେ ଜୀବନ
ଅତୁଟ ରଖିବା ଆଜି ବନ୍ଧନ l
&n
bsp; ବରଣ୍ୟ ହୋଇବ ଆମ ବନ୍ଧୁତ୍ୱ
ବନ୍ଦନୀୟ ହୋଇ ଦେବ ଗୁରୁତ୍ୱ l
ବନପ୍ରିୟ ପରି ଗାଇବା ଗୀତ
ସୁମଧୁର ହେବ ସାରା ଜଗତ l
ସେ ବନ୍ଧୁତ୍ୱ ଅଛି ଆମ ସୁନ୍ଦର
କରି ନ ପାରଇ ଆମକୁ ଦୂର l
କ୍ଷଣ ସ୍ଥାୟୀ ଆଜି ଆମ ଜୀବନ
ଆଖି ପିଛୁଳାକେ ହଜଇ ଜାଣ l
ଭାବନି ପୁନଃଛ ହେବ ମିଳନ
ଏସବୁ ମନର ଭ୍ରାନ୍ତି ଚିନ୍ତନ l
ବନ୍ଧୁତ୍ୱ ରହିବ ଆମ ସୁନ୍ଦର
କରି ପାରିବନି ଆମକୁ ଦୂର l