STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଆମ ବିଲେଇ ନାନୀ

ଆମ ବିଲେଇ ନାନୀ

1 min
204

ଆମ ବିଲେଇ ନାନୀ ଲୋ ବିଲେଇ ନାନି

ତୁ ତ ଆମର ଭାରି ସିଆଣୀ

ସାଗ ଭାତ ତୋତେ କେବେ ରୁଚେନି

ଲୋଡ଼ା ତୋତେ ଚିକେନ ବିରିଆନି

ବିଲେଇ ନାନୀ ଲୋ ବିଲେଇ ନାନୀ

ତଳେ ଶୋଇଲେ ତୋତେ ନିଦ ଆସେନି

ତୋ ପାଇଁ ମଖମଲ ରେଜେଇ ଦେଇଛି ଆଣି

ବିଲେଇ ନାନୀ ଲୋ ବିଲେଇ ନାନୀ

କ୍ଷୀର ଭାତରେ ତୋ ଶରଧା ଏତେ

ପାରିଲିନି କେବେ ଜାଣି

ଡାଲି ଭାତକୁ ଖାଇବାକୁ କେବେ 

ତୋ ଇଚ୍ଛା ହୁଏନି

ବିଲେଇ ନାନୀ ଲୋ ବିଲେଇ ନାନୀ

ମାଛ ଭାତରେ ତୋ ଶରଧା ଏତେ

ତୁ ପରା ମାଛ ରଙ୍କୁଣୀ

ମୋ ହାଣ୍ଡି ଶାଳରୁ ମାଛକୁ ଚୋରାଇ

କେତେ ତୁ ଖାଇଲୁଣୀ

ବିଲେଇ ନାନୀ ଲୋ ବିଲେଇ ନାନୀ

ତୋ ପାଇଁ ଲୋଡ଼ା ବାସନା ସାବୁନୁ 

ଲୋଡ଼ା ପୁଣି ସଫା ପାଣି

ଏଡ଼େ ନିରିମଳି ଦେଖେଇ ହେଉ

ନା ଟି ତୋ ଘର ମଣୀ

ବିଲେଇ ନାନୀ ଲୋ ବିଲେଇ ନାନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics