STORYMIRROR

Sadananda Sahoo

Classics

2  

Sadananda Sahoo

Classics

ଆମ ଐତିହ୍ୟର ଛବି

ଆମ ଐତିହ୍ୟର ଛବି

1 min
327

ଓଡ଼ିଆ ଅସ୍ମିତା ଐତିହ୍ୟ  ସଂହିତା 

    ପରମ୍ପରା ଅନୁଗତ , 

ସମାଜିକ ପ୍ରଥା ପାଳନେ ସଦିଚ୍ଛା 

    ଉଦ୍ଭାଷିତ ହୁଏ ଚିତ୍ର


ଲୋକଚାର ପର୍ବ ବିଭବରେ ପୂର୍ଣ୍ଣ 

    ନିଆରା ଏ' ରୀତିନୀତି ,   

ସଂସ୍କୃତି ଆଧାରେ ପାଳନ୍ତି ସଭିଏଁ 

    ମଙ୍ଗଳ ବିଧାନେ ମତି


ଓଡ଼ିଶା ସଂସ୍କୃତି ଲଭିଛି ଆଦୃତି 

     ବିଶ୍ଵ ଦରବାରେ ଆଜି , 

 ଓଷା ବ୍ରତ ପର୍ବ  ପରମ୍ପରା ଗତ 

    ବୈଦିକ  ସମ୍ପଦ ପାଞ୍ଜି


ଉତ୍କଳ ସରାଗ  ପର୍ବ ବିଶେଷାଙ୍କ 

    ଭାଇଚାରା  କରେବୃଦ୍ଧି , 

ଜଗନ୍ନାଥ ମୟ ସଂସ୍କୃତି ଚିତ୍ରିତ 

   ଆତ୍ମାମନ   ସର୍ବସିଦ୍ଧି


ଓଡ଼ିଆ ଘରଣୀ ବ୍ରତ ଉପଚାରୀ 

    ଶୁଭ ମନାସଇ  ନିତି , 

ସର୍ବ କୁଶଳରେ  ରହନ୍ତୁ ସଭିଏଁ 

   ଅଜାଡେ଼ ସେ ' ଭକ୍ତିପ୍ରୀତି


ଜାତି ଭେଦ ଭାବ ନୁହେଁ ଗ୍ରହଣୀୟ 

    ଜଗନ୍ନାଥ  ସଂସ୍କୃତିରେ , 

ସମ୍ପର୍କ ସମ୍ବନ୍ଧ   ଛବି ପ୍ରକଟିତ 

    ସମର୍ପଣ  ଆଧାରରେ


ରଥଯାତ୍ରା ଠାରୁ ଦୋଳଯାତ୍ରା ଯାଏ 

    ସବୁଥିରେ  ଆତ୍ମୀୟତା , 

ସରାଗେ ପାଳନ୍ତି  ହିନ୍ଦୁ ମୁସିଲିମ 

     ନାହିଁ କିଛି  ଅସ୍ପୃଶ୍ୟତା


 ଉଚ୍ଚନୀଚ ଜାତି ଭେଦଭାବ ନୀତି 

    ସଂସ୍କୃତି ବିରୋଧୀ ଛବି , 

ଯେତେ ଗଣପର୍ବ ପାଳନେ ସରାଗ 

    ସର୍ବାଗ୍ରେ ଓଡ଼ିଆ ଛବି


ବାରମାସେ ଭାସେ ତେରପର୍ବ ନିଶ୍ଚେ 

    ଓଡ଼ିଶା ମାଟି ନିଆରା , 

ଧର୍ମୀୟ ଭାବନା  ସମଭାବପନ୍ନା 

    ସାମାଜେ ସାଜେ ସାହାରା


କାର୍ତ୍ତିକ ମାସର  ଧର୍ମୀୟ ସରାଗ 

    ଧନଧାନ୍ୟ  ମୂଳମନ୍ତ୍ର , 

ଆକାମା ବୋଇ ପାନ ଗୁଆ ଥୋଇ 

    ପଢିଦ୍ଯନ୍ତି  ଧର୍ମଶାସ୍ତ୍ର


ବୋଇତ ବନ୍ଦାଣ ଓଡ଼ିଆ ଘରର 

   ପୂରୁବ ଗୌରବ ସ୍ମୃତି , 

ବଣିକ ମାଣିକ  ସାଧବ ନନ୍ଦନ  

   ଅର୍ଜିଥିଲେ ମହା ଖ୍ଯାତି


ଆମରି ଐତିହ୍ୟ ସବୁରି ପ୍ରୀୟର 

     ବିଶ୍ଵ ବନ୍ଦନୀୟ ଭାଇ , 

ବିଭିନ୍ନତା ମଧ୍ୟେ ଏକତା ବଜାୟେ 

    ଜଗନ୍ନାଥ  ନାମଗାଇ


Rate this content
Log in

Similar oriya poem from Classics