STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ଆମ ଐତିହ୍ୟ

ଆମ ଐତିହ୍ୟ

1 min
447

କେତେ ଐତିହ୍ୟ ରହିଛି ଭରି

ଏହି ଦେଶରେ ମୋର

ବିଶ୍ୱରେ କିଏ ହୋଇବ ସରି

କୁହତ ନାମ ତା'ର?

କୋଣାରକର ସୂର୍ଯ୍ୟ ମନ୍ଦିର

ଗାଏ ସ୍ଥାପତ୍ୟ ଗୀତି

ବାରବାଟୀର ଅଜୟ ଦୁର୍ଗ

ଝୁରଇ ଆମ ଜାତି।

ଅନିତ୍ଯ ପ୍ରେମ ଲଭିଛି ଯଶ

ତାଜମହଲ ରୂପେ

ଶାନ୍ତିର ବାର୍ତ୍ତା ହୁଏ ପ୍ରଚାର

ଧଉଳି ଶାନ୍ତି ସ୍ତୁପେ।

ସାରନାଥର ଅଶୋକ ଚକ୍ର

ଦିଗବିଜୟ କୀର୍ତ୍ତି

ମନ୍ଦିର ଗୀର୍ଜା ମସଜିଦରେ

ଜଳେ ଜ୍ଞାନର ବତୀ।

ମହାରାଷ୍ଟ୍ରର ଏଲୋରା ଗୁମ୍ଫା

ମନେ ବିସ୍ମୟ ଭରେ

ବିବିଧତାରେ ଏକତା ଭାବ

ଶୁଭଇ ଜଗତରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational